Indus Valley Times

ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ; ୩ ଜଣଙ୍କୁ ଗିରଫ କଲା ପୋଲିସ

 Breaking News

ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ; ୩ ଜଣଙ୍କୁ ଗିରଫ କଲା ପୋଲିସ

September 22
18:43 2024

ବାଲିଆପାଳ/ଜଳେଶ୍ବର, ୨୨/୯ : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗତ ୧୯ ତାରିଖରେ ମହାପଦା ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ପିଟିଥିଲେ ଗ୍ରାମବାସୀ। ଗୁରୁତର ଅବସ୍ଥାରେ ଅଙ୍ଗନଓ୍ବାଡ଼ି କର୍ମୀଜଣକ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ ନିକଟରୁ ଘଟଣା ସମ୍ପର୍କରେ ପଚାରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଭଲ ଚିକିତ୍ସା ସହ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ମେଡିକାଲରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିବାବେଳେ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଅଙ୍ଗନଓ୍ବାଡ଼ି ସଂଘ ସଭାପତି ପ୍ରତିଭା ପାଲ୍‌ଙ୍କ ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ, ଗତ ୧୯ ତାରିଖ କର୍ମୀ ଉର୍ମିଳା ସାମଲ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଚାଳନା କରୁଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଉର୍ମିଳା ଚିତ୍କାର କରୁଥିବାବେଳେ ଏହାର ଭିଡିଓ ରେକର୍ଡିଂ କରି ମଜା ନେଉଥିଲେ। ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନଓ୍ବାଡ଼ି କର୍ମୀ ମହାପଦା ଗାଁର ପହଞ୍ଚି ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ।
ପ୍ରଥମେ ତାଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବ ସହ ସଂଘ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଆଲୋଚନା କରାଯାଇଛି କ୍ଷ
ସୂଚନା ଯେ, ସୁଭଦ୍ରା ଯୋଜନାରେ କାମ ନ କରିବା ଲାଗି ତଥା ଯୋଜନାକୁ ଗୁରୁତ୍ୱ ନ ଦେବା ପାଇଁ ସେମାନେ ଉର୍ମିଳାଙ୍କୁ ଧମକ ଦେଇଥିଲେ। ବିରୋଧୀ ଦଳର ସରପଞ୍ଚ ଥିବାରୁ ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପରେ ମହିଳାମାନେ ଏକଜୁଟ୍ ହୋଇ ଉର୍ମିଳାଙ୍କୁ ଆକ୍ରମଣ କରିଥିଲେ।
ସେତିକିରେ ମନ ବୁଝି ନ ଥିଲା ଯେ ପ୍ରଥମେ ସେମାନେ ଉର୍ମିଳାଙ୍କୁ ଗୋଟିଏ ଚୌକିରେ ବାନ୍ଧି ମାଡ଼ ମାରିଥିଲେ। ପରେ ନିକଟରେ ଥିବା ଗଛରେ ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ। ମାଡ଼ ଏମିତି ଥିଲା ଯେ ମହିଳାଙ୍କ ବେକଠାରୁ ଗୋଡ଼ ପର୍ଯ୍ୟନ୍ତ ମାଂସ ପଚି ଯିବା ଭଳି ଅବସ୍ଥା ହୋଇଥିଲା।
ଘଟଣା ଜାଣିବା ପରେ ସିଡିପିଓ ପାର୍ବତୀ ମୁର୍ମୁ ଓ ସଂଘର ନେତୃମଣ୍ଡଳୀ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅଟକ ରଖିବା ସହ ମହିଳାମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଏମିତିକି ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଧରି ଛାଡ଼ି ନ ଥିଲେ। ପୋଲିସ ଅସହାୟ ହୋଇ ବସି ରହିଥିଲା। ଅପରାହ୍ଣରେ ସେମାନଙ୍କୁ ସଂଘ କର୍ମକର୍ତ୍ତା ଉଦ୍ଧାର କରି ରାତିରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930