Indus Valley Times

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ; ଚିକିତ୍ସା ପାଇଁ ଯିବେ ମୁମ୍ବାଇ, ସୋସିଆଲ ମିଡ଼ିଆରେ ଦେଲେ ସୂଚନା

 Breaking News

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ; ଚିକିତ୍ସା ପାଇଁ ଯିବେ ମୁମ୍ବାଇ, ସୋସିଆଲ ମିଡ଼ିଆରେ ଦେଲେ ସୂଚନା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ; ଚିକିତ୍ସା ପାଇଁ ଯିବେ ମୁମ୍ବାଇ, ସୋସିଆଲ ମିଡ଼ିଆରେ ଦେଲେ ସୂଚନା
June 18
20:08 2025

ଭୁବନେଶ୍ୱର, ୧୮/୬: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କରିବେ। ଆସନ୍ତା ୨୨ ଜୁନରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ। ଏ ନେଇ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି।
ନବୀନ ଆହୁରି ଲେଖିଛନ୍ତି, “ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।” ଏହି ପୋଷ୍ଟ ମାଧ୍ୟମରେ ସେ ନିଜର ସ୍ୱାସ୍ଥ୍ୟଗତ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ ମାଗିଛନ୍ତି।
ଏହି ଖବର ଓଡ଼ିଶାରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଅନେକ ସମର୍ଥକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କ ଏହି ଯାତ୍ରା ଏବଂ ଚିକିତ୍ସା ସମ୍ପର୍କରେ ଅଧିକ ତଥ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031