Indus Valley Times

“ଅନନ୍ତା” ଦେଖିଲେ ବ୍ୟାସକବିଙ୍କ ଅଣନାତୁଣୀ

 Breaking News

“ଅନନ୍ତା” ଦେଖିଲେ ବ୍ୟାସକବିଙ୍କ ଅଣନାତୁଣୀ

“ଅନନ୍ତା” ଦେଖିଲେ ବ୍ୟାସକବିଙ୍କ ଅଣନାତୁଣୀ
June 14
21:17 2025

ଭୁବନେଶ୍ବର,୧୪/୬: ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ ଉପରେ ଆଧାରିତ ଚଳଚ୍ଚିତ୍ର ‘ଅନନ୍ତା’ ସିନେମା ହଲ୍‌ରେ ଦର୍ଶକମାନଙ୍କର ମନ ଜିଣୁଛି।
ରଜ ଉପଲକ୍ଷେ ଶୁଭମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସିନେମାପ୍ରେମୀମାନେ ବହୁତ ପ୍ରଶଂସା କରୁଛନ୍ତି।
ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଦେଖିବା ପାଇଁ ସିନେମା ହଲ୍‌ରେ ନାହିଁନଥିବା ଭିଡ଼ ରହୁଛି।
ଏହି କ୍ରମରେ ଭୁବନେଶ୍ବରର ଏକ ସିନେମା ହଲ୍‌ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ମୋନିକା ଦାସ ‘ଅନନ୍ତା’ ଦେଖିଛନ୍ତି।
ତେବେ ହଲ୍ରେ ଫିଲ୍ମ ସୋ’ ଚାଲିଥିଲା ବେଳେ ଏହାର ନାୟକ ‘ଅନନ୍ତା’ ପହଞ୍ଚି ଯାଇଥିଲେ। ତାଙ୍କୁ ଦେଖି ଦର୍ଶକମାନଙ୍କ ମନରେ ପ୍ରବଳ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା।
ଭୁବନେଶ୍ୱରର ସିନେମା ପରିସର ‘ଶ୍ରୀୟା-ସ୍ୱାତୀ’ ହଲ୍‌ରେ ଅନନ୍ତା ଭୂମିକାରେ ଅଭିନୟ କରିଥିବା ଅଭିନେତା ସବ୍ୟସାଚୀ ମିଶ୍ର ପହଞ୍ଚିଥିଲେ। ତାଙ୍କୁ ଦେଖି ଚଳଚ୍ଚିତ୍ରପ୍ରେମୀଙ୍କର ପ୍ରବଳ ଭିଡ଼ ଲଗାଇଥିଲେ।
ହଲ୍ ବାହାରକୁ ଆସି ଲୋକମାନେ ଖୁସି ଜାହିର କରିଥିଲେ। ରଜ ବଜାରରେ ସିନେମାଟି ବଡ଼ ପରଦାକୁ ଆସିଥିବା ବେଳେ ରାୟଗଡ଼ା, କେନ୍ଦ୍ରାପଡା, ନୟାଗଡ଼ ଆଦି ଜିଲ୍ଲାର ଲୋକମାନେ ମଧ୍ୟ ଭୁବନେଶ୍ୱର ଆସି ସିନେମା ଦେଖୁଛନ୍ତି।
ଓଡ଼ିଆ ପର୍ବରେ ପୁରା ଓଡ଼ିଆତ୍ବର ଅନୁଭବ ଦେଉଛି ବୋଲି ଦର୍ଶକଙ୍କ ମହଲରେ ଚର୍ଚ୍ଚା ହେଉଛି। ବ୍ୟାସକବିଙ୍କ ବଳିଷ୍ଠ କାହାଣୀକୁ ଦେଖି ଦର୍ଶକ ଖୁସି ଅନୁଭବ କରୁଛନ୍ତି।
ଚଳଚ୍ଚିତ୍ର ‘ଅନନ୍ତା’ କେବଳ ଓଡ଼ିଶାରେ ନୁହେଁ। ବରଂ ରାଜ୍ୟ ବାହାରେ ମଧ୍ୟ ଦର୍ଶକଙ୍କର ମନ ଜିଣିଛି। ଓଡ଼ିଶା ବାହାରେ ମଧ୍ୟ ‘ଅନନ୍ତା’ ରିଲିଜ ହୋଇଛି। ଚେନ୍ନାଇ, ପଣ୍ଡିଚେରୀ, କୋଇମ୍ବାଟୁର, ତିରପୁର, କୋଚି, ବେଙ୍ଗାଲୁରୁ, ହାଇଦ୍ରାବାଦ, ବିଶାଖାପାଟଣା, ମୁମ୍ବାଇ, ନଭି ମୁମ୍ବାଇ, ପୁଣେ ଓ ଦ୍ବାରକାରେ ଥିବା କିଛି ସିନେମା ହଲରେ ଦର୍ଶକମାନଙ୍କର ପ୍ରଶଂସା ସାଉଁଟୁଛି

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031