Indus Valley Times

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ

 Breaking News

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ
September 18
21:09 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୯ : କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର ବିରାଟ ଖାଲ ହୋଇଛି।
ବୁଧବାର ଠାରୁ ଜାତୀୟ ରାଜପଥ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ କାମ ଆରମ୍ଭ ହୋଇଛି। କନ୍ଧମାଳ ଜିଲାବାସୀଙ୍କ ପାଇଁ ଏହି ଘାଟି ରାସ୍ତାଟି ଜୀବନ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟରେ ଗଞ୍ଜାମ ଜିଲା ସହ କନ୍ଧମାଳ ଜିଲା ବିଚ୍ଛିନ୍ନ ହୋଇଛି। ଘଟଣା ଘଟିବାର ୪୨ ଘଣ୍ଟା ପରେ ଗୁରୁବାର ମଧ୍ୟାହ୍ନ ରେ କନ୍ଧମାଳ ଜିଲାପାଳ ବେଦଭୂଷଣ କଳିଙ୍ଗାଘାଟିର ଭୂସ୍ଖଳନ ହୋଇଥିବା ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଚଳିତବର୍ଷ ଅଧିକ ବର୍ଷା ହୋଇଥିବାବେଳେ ଲଗାଣ ବର୍ଷା ଯୋଗୁ ଏପରି ଭୂସ୍ଖଳନ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଧନ ଜୀବନ କ୍ଷତି ହୋଇନାହିଁ। ବର୍ତ୍ତମାନ ବ୍ରହ୍ମପୁର ଯିବା ପାଇଁ ବିକଳ୍ପ ରାସ୍ତା ଭାବେ ଟିକାବାଲି, ଚକାପାଦ ରାସ୍ତାକୁ ବ୍ୟବହାର କରାଯିବ।
ଯଥା ସମ୍ଭବ ଚେଷ୍ଟା କରି ପାଣିପାଗ ଓ ବର୍ଷା ପରିସ୍ଥିତିକୁ ଅନୁଧ୍ୟାନ କରି ୭ରୁ ୧୦ ଦିନ ମଧ୍ୟରେ ଗାଡ଼ିମୋଟର ଯାତାୟାତ ପାଇଁ ପ୍ରଥମେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ।
ପରେ ସ୍ଥାୟୀ ରାସ୍ତା କାମ ପରିସ୍ଥିତି ଅନୁକୂଳ ଦେଖି କରାଯିବ। ଏହି ଘାଟି ରାସ୍ତା ନିର୍ମାଣ ନିମନ୍ତେ ଏନ୍‌ଏଚ୍ ବିଭାଗ ଅଧିକାରୀଙ୍କୁ ଯେଉଁ ସବୁ ଅନୁମତିର ଆବଶ୍ୟକ ସେ ସବୁକୁ ପ୍ରଶାସନ ତରଫରୁ ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି।
କିଛି ଦିନର ନୀରବତା ପରେ ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ
ବାଲିଗୁଡ଼ା, ତା, ୧୮/୯ : କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର ସକାଳେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି ।
ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିନସ୍ଥ ସୁଡ୍ରା ଯିବା ରାସ୍ତାର ଡାବୁଡ଼କା ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା ୨୧ ତାରିଖରେ ଲାଲ୍ ବାହୀନି ପାଳୁଛି ୨୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।
ଦୀର୍ଘ ଦିନ ପରେ କେକେବିଏନ୍ ମାଓ ସଙ୍ଗଠନର ଏହି ବ୍ୟାନର ଦେଖି ଅଞ୍ଚଳରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ କନ୍ଧମାଳ ପୋଲିସ୍ ପକ୍ଷରୁ ମାଓ ଦମନ ପାଇଁ ଜୋରଦାର୍ ପ୍ରଚେଷ୍ଟା ଚାଲିଥିବା ବେଳେ ଦୀର୍ଘ ଦିନ ପରେ ପୁଣି ଥରେ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନର ନିଜର ସ୍ଥିତି ଜାହିର୍ କରିଛି । ଏହା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031