Indus Valley Times

ଅନୁଗୋଳରେ ବର୍ଷିଲେ ମୋଦି, କହିଲେ- ଏଥର ବିଜେଡି ସରକାର ଯିବା ଥୟ

 Breaking News

ଅନୁଗୋଳରେ ବର୍ଷିଲେ ମୋଦି, କହିଲେ- ଏଥର ବିଜେଡି ସରକାର ଯିବା ଥୟ

ଅନୁଗୋଳରେ ବର୍ଷିଲେ ମୋଦି, କହିଲେ- ଏଥର ବିଜେଡି ସରକାର ଯିବା ଥୟ
May 20
11:50 2024

ଅନୁଗୁଳ, ୨୦/୫: ଗତ ୨୫ ବର୍ଷ ଭିତରେ ବିଜେଡି ସରକାର କିଛି କରିନି। ଏଠାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି। ଓଡ଼ିଶାକୁ କିଏ ବରବାଦ କରିଲା? କିଏ ଯୁବକଯୁବତୀଙ୍କ ସ୍ବପ୍ନକୁ ଚୁରମାର କରିଛି? ଏଠିକାର ବିଜେଡି ସରକାରର ଶାସନରେ ଲୋକେ ଅତିଷ୍ଠ। କିଛି ଦୁର୍ନୀତିଗ୍ରସ୍ତ ଲୋକ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟକୁ ଘେରି ରଖିଛନ୍ତି। ଦୁର୍ନୀତିଗ୍ରସ୍ତ ଲୋକଙ୍କ କବଜାରେ ବିଜେଡି ସରକାର। ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି।
ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା? ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର। ଡିଏମ୍ଏଫ୍ ପାଣ୍ଠିରେ ଆମେ ୨୬ ହଜାର କୋଟି ଦେଇଛୁ। ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ। ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ।
ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। ଅନୁଗୁଳ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସେ ଆହୁରି କହିଛନ୍ତି, ବିଜେଡି ସରକାରକୁ ବିଦାୟ କରିବାର ସମୟ ଆସିଯାଇଛି। ଏବେ ବିଜେପି ସରକାରକୁ ଆଣିବାର ସମୟ ହୋଇଯାଇଛି। ଜନ୍ ୧୦ରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ହେବ। ଓଡ଼ିଶାର ପୁଅ କି ଝିଅ ମୁଖ୍ୟମନ୍ତ୍ରୀ ହେବ।
ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶ୍ରୀ ମୋଦୀ। ସେ ଆହୁରି କହିଛନ୍ତି, ମହିମା ଗୋସାଇଁ ଓ ଭୀମଭୋଇଙ୍କୁ ମୁଁ ସ୍ମରଣ କରୁଛି। ମୁଁ ସଙ୍ଗଠନ କାମକୁ ଭଲ ଭାବେ ଜାଣିଛି।
ପୁରୀ ରୋଡ ସୋରେ ଲୋକଙ୍କ ଭିଡ଼ ଦେଖି ମୁଁ ଅଭିଭୂତ। ଆପଣଙ୍କ ଭଲପାଇବା ମୋର ଶକ୍ତି। ମୁଁ ଓଡ଼ିଶାର ସୁଖସମୃଦ୍ଧି ଲାଗି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି।
ମୋଦୀ ସରକାରକୁ ତୃତୀୟ ଥର କେନ୍ଦ୍ରରେ ଦେଖିବାକୁ ଚାହାଁନ୍ତି। ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ।
ଏଥର ଓଡ଼ିଶାରେ ବିଜେପି ସରକାର ହେବ। ଗତ ୨୫ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ବିଜେପି ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଉପସ୍ଥିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30