Indus Valley Times

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର, ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

 Breaking News

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର, ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

September 13
15:30 2024

ପୁରୀ,୧୩/୯: ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ନିଜସ୍ୱ ଅବକାରୀ ନୀତି ଆଣିଛନ୍ତି ମୋହନ ସରକାର । ନୂଆ ମଦ ନୀତି ଆଜି ଘୋଷଣା ହୋଇଥିବା ବେଳେ ସେଥିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ପୁରୀ ବିଚ୍‌ରେ ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ମନା ।
ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟର ଅନ୍ୟ ଧର୍ମସ୍ଥଳୀ ଅଞ୍ଚଳରେ ବି ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ବି ମଦ ଦୋକାନ ଖୋଲିବନି ବୋଲି ସ୍ପଷ୍ଟ କରାଯାଇଛି।
ପୁରୀ ସି- ବିଚ୍‌ରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା। ଏଥିସହ ମନ୍ଦିର ନିକଟରେ ସମୁହ ଦୀପ ଦାନ କରାଯିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ।
ଆନ୍ଦୋଳନକାରୀ ଯୁକ୍ତି ବାଢ଼ିଥିଲେ, ପୁରୀର ସମୁଦ୍ର ତଟ ହେଉଛି ମହୋଦଧି ତଟ। ପ୍ରତି ସନ୍ଧ୍ୟାରେ ସେଠାରେ ମହୋଦଧି ଆଳତୀ କରାଯାଏ। ଅମାବାସ୍ୟାରେ ସେଠାରେ ଅନେକ ନୀତିକାନ୍ତି ସମ୍ପନ୍ନ ହୋଇଥାଏ।
ଯେଉଁଠାରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସ୍ଥି ବିସର୍ଜନ କରନ୍ତି ସେଠାରେ କିପରି ମଦର ବନ୍ୟା ସୃଷ୍ଟି କରାଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି।
ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁଯାୟୀ, ସ୍କୁଲ, କଲେଜ, ଦେବାଳୟ ଓ ଡାକ୍ତରଖାନା ଆଗରେ ମଦ ଦୋକାନ ଖୋଲି ପାରିବନି । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉନି। ତେଣୁ ତୁରନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି ହେଉଛି।
ରାଜ୍ୟ ସରକାରଙ୍କ ଏହି ମଦ ନୀତିର ବୈଧତା ୭ରୁ ୮ ମାସ ପର୍ଯ୍ୟନ୍ତ ରହିବ । କିନ୍ତୁ ଆଗାମୀ ବର୍ଷ ଯେଉଁ ମଦ ନୀତି ଆସିବ ସେଥିରେ ବ୍ୟାପକ ପରିବର୍ତ୍ତନ ଆଣିବେ ନୂଆ ସରକାର । ମୁଖ୍ୟତଃ ଉକ୍ତ ନିୟମରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନେବେ କଠୋର ପଦକ୍ଷେପ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031