Indus Valley Times

ଅଭିଯୋଗକାରୀଙ୍କୁ ତଡ଼ିଦେଇଥିଲେ: ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ

 Breaking News

ଅଭିଯୋଗକାରୀଙ୍କୁ ତଡ଼ିଦେଇଥିଲେ: ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ

ଅଭିଯୋଗକାରୀଙ୍କୁ ତଡ଼ିଦେଇଥିଲେ: ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ
July 03
16:07 2024

ନୟାଗଡ଼ ,୩/୭ : ଆକ୍ସନ ମୁଡରେ ନୟାଗଡ଼ ଏସ୍ପି ରାହୁଲ ଜୈନ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍ପି।
ନିଲମ୍ବିତ ହୋଇଥିବା ପୁଲିସ୍ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର ଝଓ ହାସିନା ପ୍ରଧାନ, ଇଝଓ ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା କ୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ ।
ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳୁ ଆସ କହି ତଡ଼ି ଦେଇଥିଲେ ଦାୟିତ୍ୱରେ ଥିବା ଏହି ୩ ପୁଲିସ କର୍ମଚାରୀ । ଏହି ଘଟଣା ଝଚ ରାହୁଲ ଜୈନ ନଜରକୁ ଆସିବା ପରେ ତଦନ୍ତ କରି ତୁରନ୍ତ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କ୍ଷ ଲୋକଙ୍କୁ ପୁଲିସ ସେବା ଯୋଗାଇବାରେ ଅବହେଳା ପାଇଁ କାର‌୍ୟ୍ୟାନୁଷ୍ଠାନ ନିଆଯାଇଥିବା ଝଚ ରାହୁଲ ଜୈନ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031