Indus Valley Times

ଯାଜପୁର ଜିଲ୍ଲାପାଳଙ୍କ ମେଡିକାଲ କଲେଜ ପରିଦର୍ଶନ

 Breaking News

ଯାଜପୁର ଜିଲ୍ଲାପାଳଙ୍କ ମେଡିକାଲ କଲେଜ ପରିଦର୍ଶନ

September 05
12:30 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୫/୯ : ଗୁରୁବାର ସନ୍ଧ୍ୟା ବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର , ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କୁ ପରିଦର୍ଶନ ରେ ଆସିଥିଲେ .।
ସର୍ବପ୍ରଥମେ ସି.ଟି. ସ୍କାନ ସେଣ୍ଟର ପରିଦର୍ଶନ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଟେକନିସିଆନ ଓ କର୍ମଚାରୀ ଙ୍କୁ ସି.ଟି. ସ୍କାନ ମେସିନ ର କାର୍ଯ୍ୟକାରିତା ଏବଂ କେତେ ସମୟ ବ୍ୟବଧାନ ରେ ରିପୋର୍ଟ ହେଉଛି ପଚାରି ବୁଝିଥିଲେ।
ମେଡିକାଲ କଲେଜ ଡିନ ଓ ପ୍ରିନ୍ସିପାଲ ଡା ସିତାରାମ ମହାପାତ୍ର ଉପସ୍ଥିତ ରହି କହିଥିଲେ ବହୁ ସମୟ ରେ ବିଦ୍ୟୁତ ସରବରାହ ରେ ବ୍ୟାଘାତ ସୃଷ୍ଟି ଯୋଗୁଁ ମେଡିକାଲ କଲେଜ ର କାମ ଠପ ହୋଇଯାଉଛି।
ଏହା ର ସମାଧାନ ପାଇଁ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିବା ଏଲଆଣ୍ଡ ଟି ର କତୃପକ୍ଷ ଙ୍କ ସାଙ୍ଗରେ କଥା ବାର୍ତା କରିଥିଲେ ଏବଂ ସେ କହିଥିଲେ ପାୱାର ବ୍ୟାକ ଅପ ପାଇଁ ଡି.ଜି ସେଟ ଅଛି କିନ୍ତୁ ସମୟ ସମୟ ରେ ଆର୍ଦ୍ରତା କାରଣ ରୁ ଅସୁବିଧା ହଉଚି ସେଥିପାଈଁ ଜିଲ୍ଲାପାଳ ତାଙ୍କର ୦୨ ଜଣ ଷ୍ଟାଫ ଙ୍କୁ ସେଠାରେ ୦୭ ଦିନ ପାଈଁ ରଖି ତାହାର କାର‌୍ୟ୍ୟକାରିତା ଉପରେ ନଜର ରଖିବାକୁ କହିଥିଲେ।.
ଯେଉଁ ୱାର୍ଡ ମାନଙ୍କରେ ଏ.ସି. ର ବନ୍ଦୋବସ୍ତ ନାହିଁ ସେଠି ତୁରନ୍ତ ଏ.ସି. ଲଗାଇବାକୁ ଆର ଆଣ୍ଡ ବି ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଙ୍କୁ ନିର୍ଦେଶ ଦେଇଥିଲେ.।
ଏହାପରେ ସେ ସମସ୍ତ ମହଲା କୁ ଯାଇ ସମସ୍ତ କାର୍ଯ୍ୟ ପରିଦର୍ଶନ କରିଥିଲେ.।ଯଦି ନିକଟ ଅତୀତ ରେ କିଛି ୱାର୍ଡ କୁ ମେଡିକାଲ କଲେଜ କୁ ସ୍ଥାନାଂତର କରାଯାଏ ତାହାଲେ ସେଥିପାଈଁ ଆବଶ୍ୟକୀୟ ବେଡ଼ ଓ ଅନ୍ୟାନ୍ୟ ସରଞ୍ଜାମ ଉପଲବ୍ଧ ଅଛି କି ନାହିଁ ପଚାରି ବୁଝିଥିଲେ।
ଆବଶ୍ୟକୀୟ ଜିନିଷ ଅଛି ବୋଲି ସୁପାରିନଟେଣ୍ଡେଣ୍ଟ କହିଥିଲେ .। ଏହାପରେ ମେଡିକାଲ କଲେଜ ର ଅଗ୍ନି ଅନୁମତି ପ୍ରମାଣ ପତ୍ର ପାଈଁ ଆବଶ୍ୟକୀୟ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ପାଈଁ ନିର୍ଦ୍ଦେଶ ଦେଇଥିଲେ.।
ଏହାପରେ ମେଡିକାଲକାଲ କଲେଜ ର ସମସ୍ତ ଡାକ୍ତର ଏବଂ ଅନ୍ୟ ମାନଙ୍କ ସହିତ ମେଡିକାଲ କଲେଜ ର ସମ୍ମିଳନୀ କକ୍ଷ ରେ ସମିକ୍ଷା ବୈଠକ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତା ମାନଙ୍କୁ ନିଜର ଶୁଭେଚ୍ଛା ଜଣାଇ ପ୍ରତ୍ୟାବର୍ତନ କରିଥିଲେ.।
ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ଯାଜପୁର ଅତିରିକ୍ତ -ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ , ମେଡିକାଲ କଲେଜେ ର ଡିନ ଓ ପ୍ରିନସିପାଲ , ସୁପରିଟେଣ୍ଡେଣ୍ଟ , ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ କୁମାର ମିଶ୍ର , ରାସ୍ତା ଓ ଗୃହ ନିର୍ମାଣ ଅଧିକାରୀ , ଜିଇଡି ର କର୍ମ କର୍ତ୍ତା, ଏଲ ଏଣ୍ଡ.ଟି , ଟାଟା ପାୱାର ର ବିଦ୍ୟୁତ ବିଭାଗ , ମେଡିକାଲ କଲେଜ ର ୪ ଜଣ ହସ୍ପିଟାଲ ପରିଚାଳକ , ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଆସିଷ୍ଟାଣ୍ଟ ଇଞ୍ଜିନିଅର , ଜୁନିଅର ଇଞ୍ଜିନିଅର ଓ ଡିପିଏମ ଆଦି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930