Indus Valley Times

ଆଉ ନାହାଁନ୍ତି ରାମାୟଣର ରାବଣ,ହୃଦଘାତରେ ଚାଲିଗଲା ଅରବିନ୍ଦ ତ୍ରିବେଦୀଙ୍କ ଜୀବନ

 Breaking News

ଆଉ ନାହାଁନ୍ତି ରାମାୟଣର ରାବଣ,ହୃଦଘାତରେ ଚାଲିଗଲା ଅରବିନ୍ଦ ତ୍ରିବେଦୀଙ୍କ ଜୀବନ

ଆଉ ନାହାଁନ୍ତି ରାମାୟଣର ରାବଣ,ହୃଦଘାତରେ ଚାଲିଗଲା ଅରବିନ୍ଦ ତ୍ରିବେଦୀଙ୍କ ଜୀବନ
October 06
09:21 2021

ମୁମ୍ବାଇ, ୬/୧୦ : ରାମାନନ୍ଦ ସାଗରଙ୍କ ଜନପ୍ରିୟ ଟେଲିଭିଜନ୍ ଧାରାବାହିକ ‘ରାମାୟଣ’ରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ମଙ୍ଗଳବାର ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୀର୍ଘ ଦିନ ହେବ ଅଭିନେତା ଅରବିନ୍ଦ ଅସୁସ୍ଥ ଥିଲେ। ହୃଦଘାତ ଏବଂ ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମିକା ହୋଇ ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳେ ମୁମ୍ବାଇ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ‘ରାବଣ’ ଭୂମିକା ପାଇଁ ଚିରସ୍ମରଣୀୟ ଅରବିନ୍ଦ ତ୍ରିବେଦୀ ଅନେକ ଜନପ୍ରିୟ ଗୁଜରାଟୀ ସିନେମାରେ ଅଭିନୟ କରିଛନ୍ତି।
ଦର୍ଘ ୪୦ ବର୍ଷର ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ କ୍ୟାରିୟର୍ରେ ସେ ହିନ୍ଦୀ ଓ ଗୁଜରାଟୀ ସମେତ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ରାମାୟଣ’ ବ୍ୟତିରେକେ, ସେ ଧାରାବାହିକ ‘ବିକ୍ରମ୍ ଔର୍ ବେତାଲ୍’ରେ ମଧ୍ୟ ଅଭିନୟ କରିଥିଲେ।
ଅନେକ ସାମାଜିକ ଓ ପୌରାଣିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ତ୍ରିବେଦୀ ୧୦୯୧ ରୁ ୧୯୯୬ ପର୍ଯ୍ୟନ୍ତ ସଂସଦରେ ସଦସ୍ୟ ଥିଲେ।
ସେ ଗୁଜରାଟର ସାବରକାଣ୍ଠା ନିର୍ବାଚନ ମଣ୍ଡଳୀ ପାଇଁ ମନୋନୀତ ହୋଇଥିଲେ। ଏହାଛଡ଼ା, ବିଜୟ ଆନନ୍ଦ ଇସ୍ତଫା ଦେବା ପରେ ସେ ‘ସେନ୍ସର୍ ବୋର୍ଡ ଫର୍ ସାର୍ଟିଫିକେସନ୍’ (ସିବିଏଫ୍ସି)ର କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031