Indus Valley Times

ଆଜିଠାରୁ ଆରମ୍ଭ ହେଲା ୪ର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା : ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

 Breaking News

ଆଜିଠାରୁ ଆରମ୍ଭ ହେଲା ୪ର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା : ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

August 26
10:35 2021

ଭୁବନେଶ୍ୱର ୨୬/୮: ଆଜିଠୁ ୪ର୍ଥ ପର୍ଯ୍ୟାୟ ଅର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ମାସ ୨୬,୨୭,୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ପରୀକ୍ଷା ହେବ । ଦେଶର ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ପାଖାପାଖି ୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
କରୋନା କଟକଣାରେ ପରୀକ୍ଷା ଆୟୋଜନ କରିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏଟିଏ କଡ଼ା ନିର୍ଦ୍ଦେଶ ଦେଇଛି । ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି । ଚଳିତବର୍ଷ ୪ ଥର ଜେଇଇ ମେନ୍ ହେଉଛି ।
ଯେଉଁ ପରୀକ୍ଷାର୍ଥୀମାନେ ଏକାଧିକଥର ପରୀକ୍ଷା ଦେଉଛନ୍ତି, ସେମାନଙ୍କର ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରହିବ । ତାହାକୁ ଗ୍ରହଣ କରାଯିବ ବୋଲି ଏଟିଏ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031