Indus Valley Times

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

 Breaking News

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ
November 01
10:12 2022

ବାରିପଦା,୧/୧୧: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର‌୍ୟ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସ୍ବାଗତ କରାଯାଇଛି।
ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପର୍ଯ୍ୟ ଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ। ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ।
ରାତ୍ରିଯାପନ ପାଇଁ ପର୍ଯ୍ୟ ଟକଙ୍କୁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିଛି। ଗୋଟିଏ ଦିନରେ ପ୍ରଥମେ ଆସିଥିବା ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ। ପର୍ଯ୍ୟ ଟକମାନେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ରୁ ୯ଟା ମଧ୍ୟରେ ଅନୁମତିପତ୍ର ସଂଗ୍ରହ କରିବାକୁ କୁହାଯାଇଛି। ତନଖି ଫାଟକରେ ଯାଞ୍ଚ୍ କଡ଼ାକଡ଼ି କରାଯିବ ବୋଲି ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଆଶୋକ କୁମାର କହିଛନ୍ତି।
ଭିତରକୁ ପଲିଥିନ, ରନ୍ଧାଖାଦ୍ୟ, ମାଦକ ଦ୍ରବ୍ୟ ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡ଼ିବ। ଯାନବାହାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସ୍ଷ୍ଟାଣ୍ଡକୁ ପଠାଇବାର ସୁବିଧା ରହିଛି।
ଏଥି ନିମନ୍ତେ ପର୍ଯ୍ୟଟକଙ୍କୁ ୪ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅବସ୍ଥିତ ଦେବକୁଣ୍ଡକୁ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଆଜିଠାରୁ ଖୋଲାଯାଇଛି।
ଦେବକୁଣ୍ଡକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତିପତ୍ର ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ସବୁ ନିୟମ ମାନି ଶିମିଳିପାଳ ବୁଲି ଉପଭୋଗ କରିବାକୁ କୁହାଯାଇଛି। ଯଦି କେହି ନିୟମ ଅମାନ୍ୟ କ ରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031