Indus Valley Times

ଆଜିଠୁ ମାହାପ୍ରଭୁ ୪ମାସ ଶୟନ କରିବେ

 Breaking News

ଆଜିଠୁ ମାହାପ୍ରଭୁ ୪ମାସ ଶୟନ କରିବେ

ଆଜିଠୁ ମାହାପ୍ରଭୁ ୪ମାସ ଶୟନ କରିବେ
July 11
09:21 2022

ପୁରୀ,୧୧/୭: ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପର‌୍ୟ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟାଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ।
ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ। ଏହି ପରମ୍ପରା ଆଧାରରେ ଆଜି ବଳଭଦ୍ରଙ୍କ ଶୟନ ଠାକୁର ପ୍ରଭୁ ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ମା’ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ପ୍ରଭୁ ନାରାୟଣଙ୍କ ଅଙ୍ଗଲାଗି ନୀତି ସମ୍ପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ପାଇଁ ଆବାହନ କରଯାଇଥିଲା। ପରେ ତିନି ଠାକୁର ଭଣ୍ଡାର ଘର ଖଟ ଉପରେ ଆଜିଠାରୁ ଚାରିମାସ ପର‌୍ୟ୍ୟନ୍ତ ଶୟନ କରିଛନ୍ତି। ଏହି ସମୟ ଭିତରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର‌୍ୟ୍ୟ କରଯାଏ ନାହିଁ ବୋଲି ବିଶ୍ବାସ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031