Indus Valley Times

ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ

 Breaking News

ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ

ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ
July 03
20:25 2024

ଭୁବନେଶ୍ବର/ମାଲକାନଗିରି, ୩/୭: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ୀ ଆଉ ନାହାନ୍ତି। ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୫୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି।
ସୂଚନା ଅନୁସାରେ ଆଦିତ୍ୟ ମାଢ଼ୀଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଏକ ବର୍ଷ ହେଲା ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ଆଦିତ୍ୟ ମାଢ଼ୀ ଷୋଡ଼ଶ ବିଧାନସଭାକୁ ୨୦୧୪ରେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ପଦ୍ମଚରଣ ମାଢ଼ୀଙ୍କ ପୁଅ ଆଦିତ୍ୟ ମାଢ଼ୀ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ବାପାନପାଲ୍ଲୀ ନିକଟ ରୋଦାନପାଲି ଗାଁରେ ୧୯୭୪ ମସିହା ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନନ୍ଦିନୀ ମାଢ଼ୀଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ବିଧାୟକ ହେବା ପୂର୍ବରୁ ସେ ଚାଷ କାମ ସହ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଥିଲେ। ସାଧାରଣ ଜନତାଙ୍କ ନିକଟକୁ ଯାଇ ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବାକୁ ଭଲ ପାଉଥିଲେ। ସ୍ବର୍ଗତ ଆଦିତ୍ୟ ମାଢୀ ଜଣେ ପରୋପକାରୀ, ଧର୍ମପରାୟଣ, ଶିକ୍ଷାବିତ ଏବଂ ଜଣେ ସ୍ବୟଂ ସେବକ ଥିଲେ।
୨୦୦୯ ମସିହାରେ ଯେତେବେଳେ ବିଜେଡି ସହ ବିଜେପିର ମେଣ୍ଟ ଭାଙ୍ଗିଲା, ସେତେବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କିଏ ବିଧାୟକ ରୂପେ ଛିଡା ହେବ ସେନେଇ ଚର୍ଚ୍ଚା ଧରିଲା। କେହି ମଧ୍ୟ ଆଗକୁ ଆସିଲେ ନାହିଁ। କିନ୍ତୁ ଆଦିତ୍ୟ ମାଢ଼ୀ ଚାକିରି ଛାଡି ବିଧାୟକ ପାଇଁ ଲଢେଇ କରିଥିଲେ।
ସେ ପରାସ୍ତ ହୋଇଥିଲେ ମଧ୍ୟ ବିଜେପି ପାଇଁ ଜୋରଦାର କାମ ଆରମ୍ଭ କଲେ। ପରେ ୨୦୧୪ରେ ପୁଣି ବିଜେପି ତାଂକୁ ଟିକଟ ଦେଇଥିଲା। ଏଥର ମଧ୍ୟ ସେ ପରାସ୍ତ ହେଲେ କିନ୍ତୁ ୨୦୧୯ରେ ସେ ଏକତରଫା ବିଜୟୀ ହୋଇଥିଲେ। ତାଂକୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରହିଥିଲା।
କିନ୍ତୁ ୨୦୨୦ରେ ତାଂକୁ ପ୍ରଥମ କରୋନା ଗ୍ରାସ କରିଥିଲା। ସେଥିରେ ସେ ସୁସ୍ଥ ହୋଇ ପୁଣି କାମ କରିଥିଲେ। କିନ୍ତ ଦ୍ବିତୀୟ ଥର କରୋନା ହେବା ପରେ ତାଂକର ଦୁଇଟି କିଡନି ଖରାପ ହୋଇଯାଇଥିଲା।
ଅସ୍ତ୍ରପ୍ରଚାର କରାଯାଇ ଗୋଟିଏ କିଡନି ପ୍ରତ୍ୟାରୋପଣ କରାଯାଇଥିଲା। କିନ୍ତୁ ପୂର୍ବ ଭଳି ସେ ଆଉ କୌଣସି ବିଜେପିର କାର‌୍ୟ୍ୟରେ ଯୋଗ ଦେଇପାରିନଥିଲେ। ଦେହ ସବୁବେଳେ ଅସୁସ୍ଥ ରହୁଥିବାରୁ ସେ ଘରେ ରହୁଥିଲେ।
ତାଂକର ବିୟୋଗରେ ନବରଂଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ମାନସ ମାଡକାମୀ, ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ, ସାଧାରଣ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସଂଜୟ ସରକାର ସମେତ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀମା ଶୋକ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31