Indus Valley Times

ଆଜି ତାତିରୁ ମିଳିବ ଅଶ୍ଵସ୍ତି : ବଢୁଥିବା ତାପମାତ୍ରାରେ ଲାଗିବ ବ୍ରେକ

 Breaking News

ଆଜି ତାତିରୁ ମିଳିବ ଅଶ୍ଵସ୍ତି : ବଢୁଥିବା ତାପମାତ୍ରାରେ ଲାଗିବ ବ୍ରେକ

ଆଜି ତାତିରୁ ମିଳିବ ଅଶ୍ଵସ୍ତି : ବଢୁଥିବା ତାପମାତ୍ରାରେ ଲାଗିବ ବ୍ରେକ
March 20
10:30 2025

ଭୁବନେଶ୍ୱର,୨୦/୩: ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୦ ରୁ ୨୩ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଝଡ, ପବନ ସାଙ୍ଗକୁ ଘଡଘଡି, ବିଜୁଳି ଓ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।
ଏହାର ପ୍ରଭାବ ବୁଧବାରଠାରୁ ଆକାଶରେ ଦେଖିବାକୁ ମିଳିଲାଣି। ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବା ସହ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ଜଳୀୟବାସ୍ପ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବ। ଫଳରେ ଏହା ଝଡବର୍ଷା କରାଇବାରେ ସହାୟକ ହେବ। ତେବେ ଏଥିରେ ଉତ୍ତର ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031