Indus Valley Times

ଆଜି ହେଉଛି ଗୁରୁଦିବସ, ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ

 Breaking News

ଆଜି ହେଉଛି ଗୁରୁଦିବସ, ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ

ଆଜି ହେଉଛି ଗୁରୁଦିବସ, ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ
September 05
10:39 2023

ଭୁବନେଶ୍ୱର,୫/୯ : ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ଓ ଉତ୍ତମ ନାଗରିକ କରିବାରେ ଗୁରୁଙ୍କ ଅବଦାନ ବେଶ୍ ମହତ୍ତପୂର୍ଣ୍ଣ।
ସମାଜ ଗଠନ ଏବଂ ରାଷ୍ଟ୍ରଗଠନରେ ମଧ୍ୟ ଗୁରୁଙ୍କ ବହୁତ ବଡ଼ ଭୂମିକା ରହିଛି। ଏହିଦର୍ଶନକୁ ପ୍ରାଧାନ୍ୟ ଦେଉଥିବା ମହାନ ଜନନାୟକ ଦାର୍ଶନକ ଡ. ରାଧାକ୍ରିଷ୍ଣନ କହିଥିଲେ “teachers should be the best minds in the country”। ୧୯୬୨ ମସିହାରୁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରୁଛି ସାରା ଦେଶ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି।
କାହିଁକି ତାଙ୍କ ଜନ୍ମଦିନ ପାଲଟିଗଲା ଗୁରୁ ଦିବସ?
୧୯୬୨ ମସିହାରେ ଦେଶର ରାଷ୍ଟ୍ରପତିଭାବେ ଦାୟିତ୍ୱ ନେବା ପରେ ଡକ୍ଟର ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିନକୁ ତାଙ୍କ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ରାଧାକ୍ରିଷ୍ଣନ୍ ଏଥିରେ ରାଜି ହୋଇ ନଥିଲେ। ବରଂ କହିଥିଲେ,ଏହି ଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ ନକରି ଦେଶବ୍ୟାପୀ ‘ଗୁରୁ ଦିବସ’ ରୂପେ ପାଳନ କରାଯାଉ। ଆଉ ସେବେଠାରୁ ଅର୍ଥାତ୍ ୧୯୬୨ ମସିହା ସେପ୍ଟେମ୍ବର ୫ରୁ, ସେହି ମହାନ୍ ଗୁରୁ ତଥା ଦାର୍ଶନିକ ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପୂଣ୍ୟ ଜନ୍ମ ଦିନକୁ ସାରା ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031