Indus Valley Times

ହୁନୁମନ୍ତପୁରୁ ଠାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୪ଜଣ ଗୁରୁତର,ବ୍ରହ୍ମପୁରୁକୁ ସ୍ଥାନାନ୍ତର

 Breaking News

ହୁନୁମନ୍ତପୁରୁ ଠାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୪ଜଣ ଗୁରୁତର,ବ୍ରହ୍ମପୁରୁକୁ ସ୍ଥାନାନ୍ତର

April 18
10:57 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡା/ଚନ୍ଦ୍ରପୁରୁ,୧୮/୪: ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ହୁନୁମନ୍ତପୁରୁ ଖେଳପଡିଆ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଦୁଇ ବାଇକ୍ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁରୁ କୁ ଚିକିତ୍ସା ନିମନ୍ତେ ଚନ୍ଦ୍ରପୁରୁ ଡାକ୍ତର ସ୍ଥାନାନ୍ତରୀତ କରିଥିବା ସୁଚନା ମିଳିଛି।
ଘଟଣାରୁ ପ୍ରକାଶ ଆଜି ସକାଳ ପ୍ରାୟ ୧୦ସମୟରେ ଚନ୍ଦ୍ରପୁରୁ ବ୍ଲକ ବିଜାପୁରୁ ପଞ୍ଚାୟତ ଖିଲୁଣ୍ଡି ଗ୍ରାମର ମିଲି ପାଡଗଣ୍ଡା ଓ ଶ୍ବେତ ପାଡଗଣ୍ଡା ଗୋଟିଏ ବାଇକରେ ମୁନିଗୁଡା ଅଭିମୁଖେ ଯାଉଥିଲେ।
ଏହି ସମୟରେ କୁଟ୍ରାଗଡରୁ ଯାତ୍ରା ଦେଖି ବାଇକରେ ଚନ୍ଦ୍ରପୁରୁ ଅଭିମୁଖେ ଫେରୁଥିବା ଚନ୍ଦ୍ରପୁରୁ ସଦର ମହକୁମାର କିରଣ ମାଳଵିଶୋଇ ଓ ତିକ୍ତ ବେହେରାଙ୍କ ଵାଇକ୍ ସହ ବିପରୀତ ଦିଗରୁ ଆସୁଥିବା ମିଲି ପାଡଗଣ୍ଡାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହେଵା ଫଳରେ ଦୁଇ ବାଇକ ଆରୋହି ୪ ଜଣ ଗୁରୁତର ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।
ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଚନ୍ଦ୍ରପୁରୁ ପୋଲିସ ପ୍ରଥମେ ଚନ୍ଦ୍ରପୁରୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାମଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ଵୋଲି ସୂଚନା ମିଳିଛି।
ହେଲେ ଏନେଇ କୌଣସି ଅଭିଯୋଗ ମିଳିନଥିବାରୁ ପୋଲିସ୍ କେଶ୍ କରିନଥିବା କହିଛି। ଯଦି କେହି ଅଭିଯୋଗ ନ କରନ୍ତି, ପରେ ପୋଲିସ ନିଜ ତରଫରୁ କେଶ୍ ରୁଜୁ କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031