Indus Valley Times

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ

 Breaking News

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ
January 15
10:55 2024

ପୁରୀ, ୧୫/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ। ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ। ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି।
ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଝା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୁଲିସ କଡ଼ା ଚେତାବନୀ ଦେଇଛି।
ସେହିପରି କଟକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ମକର ମେଳା। ଅନ୍ୟପକ୍ଷରେ ଆଜିଠାରୁ ସୂର୍ଯ୍ୟଙ୍କ ହେବ ଉତ୍ତରାୟଣ। ଧୀରେ ଧୀରେ ଦିନ ବଢିବା ସହ ରାତି କମିବ। ଦକ୍ଷିଣ ଭାରତରେ ବି ପୋଙ୍ଗଲର ମାହୋଲ ଆଜି ପୋଙ୍ଗଲର ଶେଷ ଦିନ ଥିବାରୁ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରୁଛନ୍ତି।।ସପରିବାର ମକର ଚାଉଳ ରାନ୍ଧିବା ସହ ପିଠା ମିଠା ଖାଇ ପର୍ବ ପାଳନ କରୁଛନ୍ତି।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତୀ ଅଳଙ୍କାରରେ ଭୂଷିତ ହୋଇଛନ୍ତି ଶ୍ରୀଜିଉ। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ
ଲାଗି ହେବ। ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031