Indus Valley Times

ଆତଙ୍କବାଦୀ ଗୁଳିରେ ସହିଦ୍ ଜୁମ୍ କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

 Breaking News

ଆତଙ୍କବାଦୀ ଗୁଳିରେ ସହିଦ୍ ଜୁମ୍ କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଆତଙ୍କବାଦୀ ଗୁଳିରେ ସହିଦ୍ ଜୁମ୍ କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
October 14
19:58 2022

ଶ୍ରୀନଗର, ୧୪/୧୦: ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା କୁକୁର ଜୁମକୁ ସେନା ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ଚିନାର କର୍ପର ଜେନେରାଲ୍ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଅମରଦୀପ ସିଂହ ଅଲଜା ଜୁମକୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦ ନିରୋଧୀ ଅଭିଯାନରେ ଆତଙ୍କବାଦୀଙ୍କ ଗୁଳି ବାଜିବାରୁ ଜୁମ୍ ଗୁରୁତର ଆହତ ହୋଇଥିଲା । ଶ୍ରୀନଗର ଆଡଭାନ୍ସଡ ଫିଲ୍ଡ ଭେଟେନାରୀ ହସ୍ପିଟାଲରେ ଚିକିତ୍ସାବେଳେ ଗତକାଲି ତାର ମୃତ୍ୟୁ ହୋଇଛି ।
ଜୁମର ବୟସ ଅଢ଼େଇ ବର୍ଷ । ଦୁର୍ଦ୍ଧର୍ଷ ବେଲ୍ଜିଆନ୍ ମାଲିନୋଏସ୍ ପ୍ରଜାତିର କୁକୁର ଜୁମ୍ । ୧୦ ମାସ ଧରି ସେ ଭାରତୀୟ ସେନା ପାଇଁ କାମ କରୁଥିଲା । ତେବେ ଦେଶ ପାଇଁ ସେ ଦେଇଥିବା ବଳିଦାନ ସମ୍ପର୍କରେ ଜାଣିବା ପରେ ଲୋକମାନେ ତା‘ର ଶୁଭମନାସି ପ୍ରାର୍ଥନା କରୁଥିଲେ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଜୁମ୍ ବଞ୍ଚି ପାରିଲା ନାହିଁ । କେବଳ ଆତଙ୍କବାଦୀଙ୍କୁ ଧରିବା ଏବଂ ହତ୍ୟା କରିବା ପାଇଁ ଜୁମକୁ ତାଲିମ ଦିଆଯାଇଥିଲା । ଆଉ ସେ ମଧ୍ୟ ଖୁବ୍ ମନ ଲଗାଇ କାମ କରୁଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031