Indus Valley Times

ଆଦିବାସୀ ଅଞ୍ଚଳ ରେ ରାସନ ବାଣ୍ଟିବା ବାହାନାରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ଚୋରା ରେ ବିକ୍ରି

 Breaking News

ଆଦିବାସୀ ଅଞ୍ଚଳ ରେ ରାସନ ବାଣ୍ଟିବା ବାହାନାରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ଚୋରା ରେ ବିକ୍ରି

ଆଦିବାସୀ ଅଞ୍ଚଳ ରେ ରାସନ ବାଣ୍ଟିବା ବାହାନାରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ଚୋରା ରେ ବିକ୍ରି
December 06
20:48 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ ,୬/୧୨: ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମିଳିତ ଉଦ୍ୟମ ରେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମ ରେ ଗରିବ ହିତାଧିକାରୀ ଙ୍କ ନିମନ୍ତେ ରାସନ ସାମଗ୍ରୀ, କେଉଁଠି ଡିଲର ମାଧ୍ୟମ ରେ ଦିଆଯାଉଛି ତ କେଉଁଠି ପଞ୍ଚାୟତ ମାଧ୍ୟମ ରେ ଦିଆଯାଉଛି ।
ପଞ୍ଚାୟତ ରେ ଦ୍ୟାୁତ୍ୱ ରେ ଥିବା ଅଧିକାରୀ ରାସନ ବାଣ୍ଟିବାକୁ ନେଇ ଥିବା ବେଳେ ରାତି ଅଧିଆ ଚୋରା ରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବିକ୍ରି କରିଲେ କୁଜିନେତା ମାନେ ।
ମିଳିଥିବା ଖବର ଅନୁଯାଇ କିଛି ଦିନ ତଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ ମାଳିସାହି ଗ୍ରାମ ପଞ୍ଚାୟତ ର ଆଦିବାସୀ ବହୁଳ ଗୋଛାବାରୀ, ନୁଆସାହି, ରାଜନ, ଚକାପଥର ଆଦି ଗ୍ରାମ ରେ ରାସନ ସାମଗ୍ରୀ ବାଣ୍ଟିବା ନିମନ୍ତେ ପଞ୍ଚାୟତ ପରିସର ରୁ ଏକ ଟ୍ରାକ୍ଟର ଯୋଗେ ଚାଉଳ ନିଆଯାଇ ପଞ୍ଚାୟତ ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ସହାୟତା ରେ ଆଦିବାସୀ ଅଞ୍ଚଳ ରେ କିଛି କୁଜିନେତା ଙ୍କୁ ଧରି ଏକାକାଳୀନ ପାଞ୍ଚ ମାସ ର ରାସନ ଚାଉଳ ବହୁ ରତି ପର‌୍ୟ୍ୟନ୍ତ ବଣ୍ଟନ କରାଯାଇଥିଲା ।
ପରେ ବଳକା ଚାଉଳ ଗୋଛାବାରୀ ଗ୍ରାମ କୋଠ ଘରେ ଉକ୍ତ କୁଜିନେତା ଙ୍କ ଦ୍ୟାୁତ୍ୱ ରେ ରଖାଯାଇଥିଲା । ପରେ ଉକ୍ତ କୁଜିନେତା ମାନେ ରାତି ଅଧିଆ କୁଇଣ୍ଟାଲ କୁଇଣ୍ଟାଲ ରାସନ ଚାଉଳ ଗୁଡିକ ବିକ୍ରି କରିଦେଇଥିଲେ । ପରେ ଏହି ଘଟଣା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଥିଲା ।
ପରେ ଏସବୁ ଦୁର୍ନୀତି ଘଟଣା ବିଷୟ ରେ ପଞ୍ଚାୟତ ଅଧିକାରୀ ସୁଶାନ୍ତ କୁମାର ସାହୁ ସତ ମାନି ଥିଲେ ଏବଂ ତାଙ୍କ ଅଜାଣତରେ ଏଭଳି ଚୋରା ରେ ଚାଉଳ ବିକ୍ରି ହେଇଛି ଯେହେତୁ ସେମାନେ ସରପଞ୍ଚ ଙ୍କ ଲୋକ ସରପଞ୍ଚ ସେ କଥା ବୁଝିବେ ବୋଲି କହିଛନ୍ତି ଏପରି କି ନୂଆଗାଁ ବିଡ଼ିଓ ମତେ କୋଡିଏ ହଜାର ଟଙ୍କା ରିକୋଭରୀ ପାଇଁ ଚିଠି କରିଛନ୍ତି ବୋଲି ଗଣମାଧ୍ୟମ କୁ କହିଛନ୍ତି । ଏଭଳି କି ପୂର୍ଵ ରୁ ପଞ୍ଚାୟତ ପରିସର ରୁ କିରୋସିନ ଚୋରି ହେଲା ପରେ ସୁରକ୍ଷା ଦୃଷ୍ଟି କୁ ନଜର ରେ ରଖି ସମ୍ପୂର୍ଣ ଅଞ୍ଚଳ ପଞ୍ଚାୟତ ପକ୍ଷରୁ ସିସି କ୍ୟାମେରା ଲଗାଯାଇଥିଲା ।
ତେବେ ତାହା ପୁଣି ରାତି ୧୦ ପରେ ବନ୍ଦ କରିଦିଆଯାଉଛି । ତେବେ ଯଦି ଜଣେ ନିରୀହ ଅସହାୟ ମାନସିକ ବିକାରଗ୍ରସ୍ତ ଖାଦ୍ୟ ସୁରକ୍ଷା ଯୋଜନା ରୁ ବର୍ଷ ବର୍ଷ ଧରି ବାଦ ପଡୁଥିବା ବେଳେ ଏଠି କୁଜିନେତା ମାନେ ପଞ୍ଚାୟତ ଅଧିକାରୀ ଙ୍କୁ ଧରି ଏପରି କେତେ କୁଇଣ୍ଟାଲ ଚାଉଳ ବିକିବେଣୀ ତାହା ଏହି ଘଟଣା ରୁ ସ୍ପଷ୍ଟ ବାରିହେଇ ପଡୁଛି ।
ପ୍ରତେକ ମାସ ରେ ପଞ୍ଚାୟତ ରେ ରାସନ ବଣ୍ଟାହୁଏ ଏବଂ ପ୍ରତେକ ଗ୍ରାମ ବାସି ଆସିକି ନିଅନ୍ତି ହେଲେ କାହା ନିଁର୍ଧେଷ ପାଇ ପଞ୍ଚାୟତ ଅଧିକାରୀ ଉକ୍ତ ରାସନ ସେହି ଗ୍ରାମ କୁ ନେଇଥିଲେ ? ଏଥିରେ କେଉଁ କୁଜିନେତା ମାନେ ଏହି ଚୋରା ଚାଲାଣ ପଛରେ ଅଛନ୍ତି ?
ଏଥିରେ ପଞ୍ଚାୟତ ଅଧିକାରୀ ଙ୍କ ସମ୍ପୃକ୍ତି ଥିବା କୁହାଯାଉଛି ନଚେତ ସବୁ ଜାଣି ଚୁପ କାହିଁକି ବୋଲି ପ୍ରଶ୍ନ ଉଠିଛି । ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅସହାୟ ଗରିବ ଲୋକ ଙ୍କ ରାସନ ଚାଉଳ ବିକ୍ରି କରିଥିବା ବ୍ୟକ୍ତି ଏବଂ ଚୁପ ରହି ଭାଗ ପାଇଥିବା ପଞ୍ଚାୟତ ଅଧିକାରୀ ଙ୍କ ଉପରେ କଣ କାର‌୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031