ଆନ୍ଧ୍ରର ଇଚ୍ଛାପୂରମରେ ଭୂଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍, ଦୀର୍ଘଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ଥିଲା
May 03
12:22
2023
ଆନ୍ଧ୍ରପ୍ରଦେଶ,୩/୫: ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ମଣ୍ଡଳର ଲୁଦୁପୁଟି ପଞ୍ଚାୟତରେ ଥିବା ବାହୁଦା ନଦୀ ପୋଲ ଭୁଶୁଡ଼ି ପଡ଼ିଛି। ପୋଲଟି ୧୯୨୬ (ବ୍ରିଟିଶ ଅମଳର)ର। ଏହି ପୋଲଟି ଗଞ୍ଜାମ ଜିଲ୍ଲା ପାତ୍ରପୁରରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିଲା। ପୂର୍ବରୁ ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରୀଯାନ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା।
କିନ୍ତୁ ଆଜି ସକାଳ ୬ଟା ସମୟରେ ଏକ ପଥର ବୋଝେଇ ଟ୍ରକ ଯାଉଥିବା ବେଳେ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ କି ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।