Indus Valley Times

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ: ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି

 Breaking News

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ: ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି

October 27
09:53 2021

ଜଳେଶ୍ୱର, ୨୭/୧୦ : ୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।
ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ କିଛି ମତ୍ସ୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ ଟଙ୍କା ରହିଛି।
ମା’ ବସନ୍ତୀ ନାମକ ଏକ ଟ୍ରେଲରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତକାଲି ସେମାନେ ୩୩ଟି ଭୋଲା ମାଛ ଧରି ଫେରିଥିଲେ। ପରେ ସେଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା।
ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031