Indus Valley Times

ଆସ ଆମେ ଶପଥ ନେବା..

 Breaking News

ଆସ ଆମେ ଶପଥ ନେବା..

ଆସ ଆମେ ଶପଥ ନେବା..
July 04
08:38 2023

ସମୀକ୍ଷା ଦଳାଇ
କ୍ଲାସ୍ : ୫ (ଖ) ଡିଏଭି, ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର !

ଖାଦ୍ୟ ପାଇଁ ଆମ କୃଷକ ଭାଇ,
ନିଇତି କ୍ଷେତରେ ଥାଏ
ସକାଳୁ ସଅଞ୍ଜ ପରିଶ୍ରମ କରି
ଖାଇବା ଆମକୁ ଦିଏ !

ଖାଦ୍ୟ ପାଇଁ ପରା ଭୋକିଲା ରୁହନ୍ତି
କେତେ କେତେ ପରିବାର,
ଛୋଟ ଶିଶୁମାନେ ଶ୍ରମିକ ଭାଇର
ହୋଇଯା’ନ୍ତି ଛାରଖାର !

ଖାଦ୍ୟ ପାଇଁ ପରା ସଂଗ୍ରାମ କରନ୍ତି,
କେତେ ଯେ ପଶୁପକ୍ଷୀ
ଖାଦ୍ୟ ଟିକ ପାଇଁ ଜୀବନ ହାରନ୍ତି
ଅନେକ ବଣୁଆ ହାତୀ !

ଖାଦ୍ୟ ପାଇଁ କିଏ ଭୋକରେ ମରେ ତ
କିଏ ଛାଡେ ଭିଟାମାଟି , ଭୋକିଲା ଜାଣେସେ,ବୁନ୍ଦାଏଖାଦ୍ୟର,
କେତେ ଯେ ଗୁରୁତ୍ବ ଅଛି !

ଖାଦ୍ୟ ପାଇଁ ଆମ ପଡୋଶୀ
ଦେଶରେ,ପଡ଼ୁଅଛି ହା ହା କାର,
ଏବେଠୁଁ ଆମେ ହେବାରେ ସଜାଗ, ଦେବାନି କେବେ ତା’ର ମୂଲ !

ଖାଦ୍ୟ ପାଇଁ ମାଆ ପରିଶ୍ରମ କରି
ଟିଫିନ୍ ମୋତେ ଦିଏ
ସ୍କୁଲ୍ ରେ ତାକୁ ନଷ୍ଟ ନ କରି
ସଭିଙ୍କୁ ବାଣ୍ଟି ଖାଏ !

ଖାଦ୍ୟ ପାଇଁ ନାହିଁ ଜାତି,ଧର୍ମ, ବର୍ଣ୍ଣ, ଏଠି
ସଂଭିଏ ଏକାଠି ହେବା,
ଭୋକିଲା ପେଟରେ ଖାଦ୍ୟ ଦେଇ ତାକୁ, ଆସରେ ହସାଇ ଦେବା,
ଆଉ, କଅଁଳ ହସରେ,
ଦୁନିଆ ଦେଖିବା ଏବେଠୁ ଶପଥ ନେବା !

ଖାଦ୍ୟ ଆମର ଅମୂଲ ମୂଲ,
ନଷ୍ଟ ନକରିବା କେବେ,
ଛୋଟ ଦାନା ଭାବି ଫିଙ୍ଗି ନ ଦେବା
ଶପଥ ନେବାରେ ଏବେ!

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031