Indus Valley Times

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତିର ଫରେଷ୍ଟରଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

 Breaking News

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତିର ଫରେଷ୍ଟରଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

December 07
10:57 2021

ପାରଳାଖେମୁଣ୍ଡି, ୭/୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତିର ନୂଆଗଡ଼ ଫରେଷ୍ଟରଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହେଉଥିବାର ଖବର ମିଳିଛି।
ନୁଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ପ୍ରଧାନଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁରର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୁଆଗଡ଼ ସରକାରୀ କାର୍ଯ୍ୟାଳୟରେ ଆଜି ସକାଳେ ଏକସଙ୍ଗେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି।
ଉକ୍ତ ସରକାରୀ କର୍ମଚାରୀ ଜମି ବ୍ୟବସାୟ ସହ ସମ୍ପୃକ୍ତ ଥିବାର ଅଭିଯୋଗ ରହିଥିଲା ଏବଂ ତିନୋଟି ଭିଜିଲାନ୍ସ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି କରିଛନ୍ତି। ଏନେଇ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031