Indus Valley Times

କର୍ଣ୍ଣାଟକ ରାଜନୀତି ରଙ୍ଗର ଛିଟା ପଡିବ କି ଓଡିଶା ରାଜନୀତି ଉପରେ?

 Breaking News

କର୍ଣ୍ଣାଟକ ରାଜନୀତି ରଙ୍ଗର ଛିଟା ପଡିବ କି ଓଡିଶା ରାଜନୀତି ଉପରେ?

May 20
23:05 2018

ଝୁଲା ବିଧାନସଭା ହେଲେ, କାହାର କିଏ ଧରିବେ ହାତ?
ଏ.କେ.ସାହୁ/ ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୨୦ ।୫ ।: ଚଳିତ କର୍ଣ୍ଣାଟକ ରାଜନୀତି ନାଟକର ପ୍ରଭାବ ଓଡିଶା ରାଜନୀତିରେ ପଡିବ କି ନାହିଁ ସେ ନେଇ ରାଜଧାନୀ ଭୂବନେଶ୍ୱର ଠାରୁ ଆରମ୍ଭ କରି ରାଜ୍ୟର ଗ୍ରାମାଚଂଳରେ ଆଲୋଚନା ଜୋରଧରିଛି । ପୋଖତ ରାଜନୀତିଜ୍ଞମାନଙ୍କ ଠାରୁ ଆରମ୍ଭ କରି ପାନଦୋକାନ, ଚା’ଦୋକାନରେ ଖଟିମାରୁଥିବା ଲୋକମାନେ ନିଜ ନିଜର ଜ୍ଞାନ ଓ ବୁଦ୍ଧି ଲଗାଇ ବିଭିନ୍ନ କଳ୍ପନାଜଳ୍ପନା କରିଚାଲଥିବା ଲକ୍ଷ୍ୟ କରାଯାଉଛି ।
ଅବଶ୍ୟ ସବୁ ଖଟିରୁ ଯେଉଁ ଗୋଟିଏ ତର୍କ ଅଧିକ ଶୁଣାଯାଉଛି, ତାହା ହେଲା ଯେ ଆସନ୍ତା ୨୦୧୯ ନିର୍ବାଚନରେ ବୋଧହୁଏ ବିଜେଡି ସରକାର ଗଠନ କରିବା ଲାଗି ପୂର୍ଣ୍ଣ ବହୁମତ ପାଇନପାରେ । ଯୁକ୍ତି ଦର୍ଶାଯାଉଛି ଯେ ଏବେ ରାଜ୍ୟର ଦୁଇ ପ୍ରମୂଖ ବିରୋଧୀ ଦଳ ପୂରାଦମ୍ରେ ନିର୍ବାଚନ ପ୍ରସ୍ତୁତି ଚଳାଇଛନ୍ତି । ବିଜେଡିର ଅର୍ଥ, ବାହୁବଳ ଓ ପ୍ରଚାର କଳକୁ ଏମାନଙ୍କର ସମକକ୍ଷ ସାମର୍ଥ୍ୟ ରହିଛି । ଯଦିବା ସେମାନେ କ୍ଷମତା ଦଖଲ କରି ପାରନ୍ତି, – ଗତ ୨୦୦୯ ଅପେକ୍ଷା ନିଶ୍ଚିତ ଭାବରେ ନିଜ ଖାତାରେ ବହୁ ଅଧିକ ସଂଖ୍ୟକ ସିଟି ଯୋଡି ପାରିବେ ।
ରାଜନୈତିକ ସମୀକ୍ଷକମାନଙ୍କ ମତରେ ନିରଜଂନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ବା ପିସିସିର ସଭାପତି ଦାୟିତ୍ୱ ନେବା ପରେ ସଙ୍ଗଠନ ଅଧିକ ସକ୍ରିୟ ଓ କ୍ରିୟାଶୀଳ ହୋଇଛି । ୧୪୭-ଆସନ ବିଶିଷ୍ଟ ଓଡିଶା ବିଧାନସଭାରେ ଦଳର ବର୍ତ୍ତମାନ ୧୬ ଜଣ ବିଧାୟକ ଅଛନ୍ତି । କିଛି ନହେଲେ ମଧ୍ୟ ଦଳ ନିଶ୍ଚିତ ଭାବରେ ଆସନ୍ତା ନିର୍ବାଚନରେ ଆଉ ଅଧିକ ୨୦ରୁ ୨୫ ଆସନ ପାଇବାର ସମ୍ଭାବନା ରହିଛି ।
ନିରଜଂନଙ୍କ ନେତୃତ୍ୱକୁ ଅତୀତରେ ଯେଉଁମାନେ ବିରୋଧ କରୁଥିଲେ, ସେମାନେ ଏବେ ଦୁର୍ବଳ । ଆଉ ସେମାନେ ଏବେ ତାଙ୍କ କାର୍ଯ୍ୟଶୈଳୀରେ ବାଧା ପହଂଚାଇ ପାରିବାର ସାମର୍ଥ୍ୟ ରଖିନାହାଁନ୍ତି । କଂଗ୍ରେସ ଦଳ ପ୍ରାୟତଃ ଏବେ ଏକାଠି ରହିଛି । ଏଣୁ ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହେବ, ତାହା ଅନାୟାସରେ କୁହାଯାଇପାରେ ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରନ୍ତି । ଏହାଛଡା କର୍ଣ୍ଣାଟକରେ ବିଜେପି ସରକାରଙ୍କ ପତନ ମଧ୍ୟ ଦଳର କର୍ମୀମାନଙ୍କୁ ଅଧିକ ଉତ୍ସାହିତ କରିଛି ।
ବିଜେପି ଦଳର ନେତା ଓ କର୍ମୀମାନେ ମଧ୍ୟ କମ୍ ଉତ୍ସାହରେ ନାହାଁନ୍ତି । କର୍ଣ୍ଣାଟକରେ ଦଳ ସରକାର ଗଠନ କରିବାରୁ ବଚିଂତ ହୋଇଥିଲେ ମଧ୍ୟ ଦଳ ସର୍ବାଧିକ ଆସନ ପାଇଁ ଏକ ସଂଖ୍ୟା ଗରିଷ୍ଠତା ଲାଭ କରିଛି । ଦଳର ଏହି ପ୍ରଦର୍ଶନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସେଠାକାର ମତଦାତାମାନଙ୍କରୁ ସ୍ୱିକୃତି ବୋଲି କୁହାଯାଇପାରେ ବୋଲି ଦଳର ନେତାମାନେ ଦାବି କରୁଛନ୍ତି । କର୍ଣ୍ଣାଟକ ଭୋଟରମାନଙ୍କ ମୋଦିଙ୍କ ଉପରେ ଆସ୍ଥା ଓ ବିଜେପି ସରକାରଙ୍କ ଉପରେ ବିଶ୍ୱାସ ନିଶ୍ଚିତ ଭାବରେ ଓଡିଶାର ମତଦାତାମାନଙ୍କ ଉପରେ ପକାଇବ ବୋଲି ଦଳର ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେପିର ବର୍ତ୍ତମାନ ବିଧାନସଭାରେ ୧୦ ଜଣ ସଦସ୍ୟ ଅଛନ୍ତି । ଦଳ ଆସନ୍ତା ୨୦୧୯ ନିର୍ବାଚନରେ ନିଶ୍ଚିିତ ଭାବରେ ଆଉ ୨୫ରୁ ୩୦ଟି ଆସନ ଲାଭ କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି । ସମୀକ୍ଷକମାନଙ୍କ ଆକଳନର ଆଧାର ହେଲା ଯେ ଅତୀତରେ କଂଗ୍ରେସ ନେତାମାନଙ୍କ ଭିତରେ ବାଦବିବାଦ ଲାଗି ଦଳ ଦୁର୍ବଳ ହେବା ଅବସ୍ଥାରେ ବିଜେପି ତାହାର ସୁଯୋଗ ନେଇ ନିଜର ସଙ୍ଗଠନର ଶକ୍ତି ବଢାଇଥିଲା । ଖାସ୍ ସେଇଥିଯୋଗୁ ଦଳ ୨୦୧୭ ମସିହାରେ ଦ୍ୱିତୀୟ ସର୍ବବୃହତ ଜିଲ୍ଲା ପରିଷଦ ଆସନ ଲାଭ କରି ରାଜ ରାଜନୀତିରେ ମୁଖ୍ୟ ବିରୋଧୀ ଶକ୍ତି ଭାବେ ଉଭା ହୋଇଛି ।
ଯଦି କଂଗ୍ରେସ ଓ ବିଜେପି ୩୦ରୁ ୩୫ ଲେଖା ଆସନ ପାଆନ୍ତି ଏବଂ ସ୍ୱାଧୀନମାନଙ୍କ ସହିତ ସେମାନଙ୍କର ଆସନ ବୁଝାମଣା ହୁଏ, ତେବେ ବିଜେଡି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇନପାରେ । ଏହି ପ୍ରରିପ୍ରେକ୍ଷିରେ କଂଗ୍ରେସ ଓ ବିଜେଡି ମଧ୍ୟରେ ନିର୍ବାଚନ ପରବର୍ତ୍ତି ବୁଝାମଣା ହୋଇପାରେ ବୋଲି କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଦେଇଛନ୍ତି । ଅତୀତରେ କଟକର ବିଜେଡି ସାଂସଦ କଂଗ୍ରେସ ନୀତିଗତ ଦୃଷ୍ଟିର ବିଜେଡିର ନିକଟତର ବୋଲି କହିଥିଲେ ।
ବିଜେପିର ବଡ ଶତ୍ରୁ କଂଗ୍ରେସ । ବର୍ତମାନ ପରିସ୍ଥିିତିରେ କଂଗ୍ରେସ ବିଜେଡିକୁ ଧର୍ମନିରପେକ୍ଷ ଦଳ ବୋଲି ବିଚାର କରୁଛି । ଯଦି ଓଡିଶାରେ ଝୁଲା ବିଧାନସଭା ପରିସ୍ଥିିତି ସୃଷ୍ଟି ହୁଏ, ତେବେ ନିଶ୍ଚିତ ଭାବରେ କଂଗ୍ରେସ ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ହେବାର ସମ୍ଭାବନା ଢେର୍ ରହିଛି ବୋଲି ସମୀକ୍ଷକମାନେ ମତପୋଷଣ କରନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031