Indus Valley Times

ଇଡି ଅଫିସର କହି ଠକୁଥିଲେ, ଏସ୍‌ଟିଏଫ୍ କବ୍ଜାରେ ଏବେ ଦୁଇ ଠକ ଭାଇ

 Breaking News

ଇଡି ଅଫିସର କହି ଠକୁଥିଲେ, ଏସ୍‌ଟିଏଫ୍ କବ୍ଜାରେ ଏବେ ଦୁଇ ଠକ ଭାଇ

ଇଡି ଅଫିସର କହି ଠକୁଥିଲେ, ଏସ୍‌ଟିଏଫ୍ କବ୍ଜାରେ ଏବେ ଦୁଇ ଠକ ଭାଇ
March 17
16:47 2024

ଢେଙ୍କାନାଳ, ୧୭/୩ : ଧରାପଡିଲେ ନକଲି ଇଡି ଅଧିକାରୀ। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ। ଏଭଳି କିଛି ଅଭିଯୋଗ ଆସିବା ପରେ ଏବେ ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଢେଙ୍କାନାଳର ଦୁଇ ଭାଇ ତାରିଣୀ ସେନ ଓ ବ୍ରହ୍ମଶଙ୍କର ମହାପାତ୍ର।
ସୂଚନା ମୁତାବକ, ଅଭିଯୁକ୍ତ ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା ସେଠି ଏମାନେ ପହଞ୍ଚି ଯାଉଥିଲେ। ସରକାରୀ ଅଧିକାରୀ କିମ୍ବା ଯେଉଁ ଲୋକଙ୍କ ଘରେ ଇଡି ରେଡ୍ ହେଉଥିଲା ସେଠାରେ ଏମାନେ ମିଛ ଯାଞ୍ଚ କରୁଥିଲେ। ମିଛ କେସର ଧମକଚମକ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।
ଝାଡ଼ଖଣ୍ଡ ରାଞ୍ଚିରେ ଏମାନେ ରହୁଥିଲେ। ବେଶ୍ ଲଗ୍ଜୁରୀ ଲାଇଫ ବଞ୍ଚୁଥିଲେ ଏମାନେ। କାହାକୁ ସନ୍ଦେହ ଯେପରି ହେବନି ସେଥିପାଇଁ ଏକ ଘଏଙ ଚଲାଇଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଚେଷ୍ଟା କରି ଶେଷରେ ଏମାନେ ଧରା ପଡିଛନ୍ତି। ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ ଗିରଫ କରିଛି।
ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜକସନ୍ ହୋଇଥିବା ଜାଣିବାକୁ ପାଇଛି ପୁଲିସ। ଦୁଇ ଅଭିଯୁକ୍ତଙ୍କ ପାଖରୁ ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031