Indus Valley Times

ଉଗ୍ର ହେଉଛି ଡ୍ରାଗନ:ଜାପାନରେ ପଡିଲା ଚୀନ୍‌ର ଶକ୍ତିଶାଳୀ କ୍ଷେପଣାସ୍ତ୍ର

 Breaking News

ଉଗ୍ର ହେଉଛି ଡ୍ରାଗନ:ଜାପାନରେ ପଡିଲା ଚୀନ୍‌ର ଶକ୍ତିଶାଳୀ କ୍ଷେପଣାସ୍ତ୍ର

August 04
20:44 2022

ଟୋକିଓ,୪/୮ : ତାଇବାନକୁ ଡରାଇବାକୁ ଚୀନ୍ ପକ୍ଷରୁ ଆରମ୍ଭ ହୋଇଛି ବୃହତ୍ ସମରାଭ୍ୟାସ । ଯେଉଁଥିପାଇଁ ପୂର୍ବ ଏସିଆରେ ଉତ୍ତେଜନା ବଢିବାରେ ଲାଗିଛି । ଉତ୍ତେଜନା ଏତେ ବଢିଯାଇଛି ଯେ ଯେକୌଣସି ସମୟରେ ଯୁଦ୍ଧ ହୋଇଯିବାର ଆଶଙ୍କା ଦେଖାଦେଇଛି ।
ଚୀନ ପକ୍ଷରୁ ଶକ୍ତିଶାଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ତାଇଓ୍ବାନକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି । ତାଇଓ୍ବାନକୁ ଭୟଭିତ କରିବା ଆଳରେ ଚୀନ୍‌ର ୫ଟି ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଜାପାନର ଜଳସୀମାରେ ଆସୁଥିବା ହାଟେରୁମା ଦ୍ବୀପର ଦକ୍ଷିଣ-ପଶ୍ଚିମ ଦିଗରେ ପଡ଼ିଥିଲା । ଏହି ଅଂଚଳ ତାଇଓ୍ବାନ ନିକଟରେ ଥିଲେ ବି ଜାପାନର ଏକ୍ସକ୍ଲୁସିଭ ଇକନୋମିକ ଜୋନର ଅନ୍ତର୍ଗତ ଥିବାରୁ ଜାପାନ ତାହାକୁ ନେଇ କ୍ଷୁବଧ ହୋଇଛି ।
ଏହାକୁ ନେଇ ଜାପାନ ଓ ଚୀନ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି । ଜାପାନ ପକ୍ଷରୁ ଏହାକୁ ନେଇ ଚୀନ ନିକଟରେ ପ୍ରତିବାଦ କରାଯିବା ସହ ତୁରନ୍ତୁ ଏହି ଯୁଦ୍ଧାଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୁବୁଓ କିସି କହିଛନ୍ତି ଯେ ଚୀନ ପକ୍ଷରୁ ଏହା ଏକ ବଡ଼ ଭୁଲ କରାଯାଇଛି । ଏହା ଜାପାନର ସୁରକ୍ଷାକୁ ବିପନ୍ନ କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031