Legatus

ଉଚ୍ଚଶିକ୍ଷା ବିଭାଗରେ ଦାୟିତ୍ୱ ମିଳିବା ପରେ କିରିକୁଟି ସରପଞ୍ଚ ଇସ୍ତଫା ଦେଲେ

 Breaking News

ଉଚ୍ଚଶିକ୍ଷା ବିଭାଗରେ ଦାୟିତ୍ୱ ମିଳିବା ପରେ କିରିକୁଟି ସରପଞ୍ଚ ଇସ୍ତଫା ଦେଲେ

December 31
10:41 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୧/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବନେତା ଭାବେ ଅଞ୍ଚଳରେ ବହୁତ ଦିନ ଧରି ଲୋକଙ୍କ ସେବା କରି ଆସୁଥିଲେ। ପରେ ସେ ଲୋକଙ୍କ ନିବେଦନ ପରେ କିରିକୁଟି ସରପଞ୍ଚ ଭାବେ ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନରେ ବିଜୟ ଲାଭ କରି ଅଞ୍ଚଳର ଜନସେବା କରିଥିଲେ।
ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ। ତେବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ଏବେ ଶିକ୍ଷକ ଭାବେ ମନୋନୀତ ହେବା ପରେ ସେ ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି।
ସେ ପୁରୀ ଜିଲା କଣାସରେ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟକୁ ପଠାଯିବ ବୋଲି ବିଡିଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଅଶୋକ ଇସ୍ତଫା ଦେବା ପରେ କିରିକୁଟିରେ ସରପଞ୍ଚ ପଦବୀ ଖାଲି ରହିବ ବୋଲି ଜଣାପଡ଼ିଛି।
ଲକ୍ଷାଧିକ ଟଙ୍କାର କାଠ ସହ ଦୁଇ ମାଫିଆଙ୍କୁ କାବୁ କଲା କୋଟଗଡ ବନ ବିଭାଗ
ବାଲିଗୁଡା,୩୧/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳରେ ଦୁଇ ସକ୍ରିୟ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି କୋଟଗଡ ବନବିଭାଗ କ୍ଷ
କୋଟଗଡ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁରଙ୍କ ସୂଚନା ଅନୁଯାଇ କୋଟଗଡ ବନାଞ୍ଚଳ ର ଶ୍ରୀରାମପୁର ସେକ୍ଟର ର ମାଟିଗାଡା଼ ନିକଟ ମାଜିମାହା ଜଙ୍ଗଲରେ କିଛି କାଠ ମାଫିଆ ଦୀର୍ଘ ଦିନ ହେବ ଜଙ୍ଗଲ ରୁ ମୂଲ୍ୟବାନ କାଠ କାଟି ଜିଲ୍ଲା ବାହାର କୁ ଚାଲାଣ କରୁଥିବା ଖବର ମିଳିଥିଲା, ଫଳରେ ମାଟିଗାଡା ଜଙ୍ଗଲ ରେ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ଓ ବନପାଳ ଦେବାଶିଷ ଚୌଧୁରୀ ଙ୍କ ନେତୃତ୍ୱରେ ଏକ ପଚିଶି ଜଣିଆ ସ୍ୱତନ୍ତ୍ର ଟିମ ସମ୍ପୃକ୍ତ ଜଙ୍ଗଲ ରେ ଚଢ଼ାଉ କରି ଦୁଇଜଣ କାଠ କଟାଳି ଙ୍କୁ କାବୁ କରିବା ସହ ଲକ୍ଷାଧିକ ଟଙ୍କାର ୮୬ ସିପ୍ଟ ଶାଳ, ପିଆ ଶାଳ କାଠ ପଟା ଓ କଟିଙ୍ଗ ସାଇଜ ପଟା ଜବତ କରିଥିବା ଜଣା ପଡିଛି ଜ୍ଝ
ଘଟଣା ସ୍ଥଳରୁ କାଠ କଟା ମେସିନ, କୁରାଢ଼ୀ ସହ ଆସାମ ରାଜ୍ୟ ର କାଠ କଟାଳି ପଦ୍ମସିଂ ନାଜାରୀ ଓ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ମଣ୍ଡଳ ନାୟକ କୁ ଗିରଫ କରାଯାଇଥିବା ଜଣାପଡିଛି ଜ୍ଝ ଏ ନେଇ କୋଟଗଡ ବନ ବିଭାଗ କେଶ ନଂ.୨୦/୨୩ ଅଣ୍ଡର ସେକ୍ସନ ୨୭ରେ ଏକ ମାମଲା ରୁଜୁ କରି କାଠ କଟାଳି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ରେଞ୍ଜର ରମାକାନ୍ତ କହଁର ପ୍ରକାଶ କରିଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31