Indus Valley Times

ଉଦଳାରେ ଲଜ୍ଜା: ଗାଡ଼ିରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ, ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା, ଜଣେ ଅଟକ

 Breaking News

ଉଦଳାରେ ଲଜ୍ଜା: ଗାଡ଼ିରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ, ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା, ଜଣେ ଅଟକ

ଉଦଳାରେ ଲଜ୍ଜା: ଗାଡ଼ିରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ, ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା, ଜଣେ ଅଟକ
August 31
11:33 2025

ମୟୂରଭଞ୍ଜ, ୩୧/୮ : ଯୁବତୀଙ୍କୁ ଗାଡ଼ି ଭିତ‌ରେ ଗଣଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦୁର୍ବୁତ୍ତ। ଗୁରୁତର ବସ୍ତାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏହି ଦୁଖଦ ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ମାସକରେ ତୃତୀୟ ଗଣଦୁଷ୍କର୍ମ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ୨ଜଣ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏଥର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି।
ସୂଚନା ଅନୁସାରେ, ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଘରୁ ଡାକି ଆଣିଥିଲେ। କାର ବସାଇ ଏକ ସୁନସାନ ସ୍ଥାନକୁ ନେଇଯାଇଥିଲେ। ଏହାପରେ ଗାଡି ଭିତରେ ୫ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଏପରିକି ଯୁବତୀଙ୍କୁ ବୀଚ ରାସ୍ତାରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରେ ସେ ବହୁ କଷ୍ଟରେ ବାଙ୍ଗିରିପୋଷି ଫେରି ସ୍ଥାନୀୟ ପୁଲିସକୁ ଘଟଣା ବାବଦରେ ଜଣାଇଥିଲେ। ତେବେ ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ତଦନ୍ତରୁ ଜଣାପଡୁଛି ଯେ ସେହି ଯୁବକଙ୍କ ସହ ଯୁବତୀଙ୍କର ପୂର୍ବରୁ ସମ୍ପର୍କ ରହିଥିଲା। ଯୁବତୀଙ୍କୁ ଭଲ ଦରମାରେ ଚାକିରି କରାଇ ଦେବେ କହି ଏହି ଅମାନୁଷିକ ଘଟଣା ଘଟାଇଛି। ତେବେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଉଦଳା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031