Indus Valley Times

ପରପାରିରେ ସିଦ୍ଧାନ୍ତ ମହାପାତ୍ରଙ୍କ ମା’: ଦୁଃଖରେ ଭାଙ୍ଗିପଡ଼ିଲେ

 Breaking News

ପରପାରିରେ ସିଦ୍ଧାନ୍ତ ମହାପାତ୍ରଙ୍କ ମା’: ଦୁଃଖରେ ଭାଙ୍ଗିପଡ଼ିଲେ

August 02
18:30 2025

ଭୁବନେଶ୍ୱର, ୨/୮: ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କର ଶନିବାର ବିୟୋଗ ହୋଇଛି । ଭୁବନେଶ୍ୱର ଖାରବେଳନଗରସ୍ଥିତ ତାଙ୍କ ବାସଭବନେ କନକ ମହାପାତ୍ରଙ୍କ ଦେହାନ୍ତ ହୋଇଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
ମୃତ୍ୟୁ ବେଳକୁ ପୁଅ ସିଦ୍ଧାନ୍ତଙ୍କ ସହିତ ପରିବାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି । କନକ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ”।
ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରି କହିଛନ୍ତି, “ଓଡ଼ିଶାର ଖ୍ୟାତନାମା ଅଭିନେତା ତଥା ଆମ ଦଳର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ସେ ଜନପ୍ରିୟ ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି” ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031