Indus Valley Times

ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଟିଟିଲାଗଡ ଓ ସଇଁତଳା ବନ୍ଦ

 Breaking News

ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଟିଟିଲାଗଡ ଓ ସଇଁତଳା ବନ୍ଦ

November 24
10:09 2022

ବଲାଙ୍ଗୀର, ୨୪/୧୧ : ପୁଣି ତେଜିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଗୁରୁବାର ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି।
ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ। ଏଥିଲାଗି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଛକମାନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇଛନ୍ତି।
ଏହି ବନ୍ଦର ପ୍ରଭାବରେ ଟିଟିଲାଗଡ଼ରେ ଦୋକାନବଜାର ମନ୍ଦ ରହିଛି। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଆଜି ଏଠାକାର ସମସ୍ତ ସ୍କୁଲ କଲେଜ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031