Indus Valley Times

ଏଏସଓ ପରୀକ୍ଷା: ସନ୍ଦେହ ବଢ଼ାଉଛି ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା

 Breaking News

ଏଏସଓ ପରୀକ୍ଷା: ସନ୍ଦେହ ବଢ଼ାଉଛି ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା

ଏଏସଓ ପରୀକ୍ଷା: ସନ୍ଦେହ ବଢ଼ାଉଛି ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା
November 10
16:02 2022

କଟକ, ୧୦/୧୧: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି।
ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି।
ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି। ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ଆଜି ପୂର୍ବାହ୍ନରେ ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ ଓପିଏସ୍ସି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ। ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ। ପରୀକ୍ଷାର୍ଥୀଙ୍କର ଧାରଣା ଦେଇଥିବାରୁ ଘଟଣାସ୍ଥଳକୁ ପୁଲିସ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। ତେବେ ଲୋକ ସେବା ଆୟୋଗ ପକ୍ଷରୁ ଏବାବଦରେ କୌଣସି ପ୍ରତିକ୍ରିୟା ମିଳି ପାରିନାହି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30