Indus Valley Times

ଏଥର ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ସହ ମିଳିବ କ୍ଷୀର

 Breaking News

ଏଥର ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ସହ ମିଳିବ କ୍ଷୀର

ଏଥର ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ସହ ମିଳିବ କ୍ଷୀର
January 14
17:21 2025

ଓଡ଼଼ିଶା,୧୪/୧ : ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।
ଏଥିନିମନ୍ତେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜର ରାଇରଙ୍ଗପୁରରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାର ଶୁଭାରମ୍ଭ କରାଯାଇଛି। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨ଶହ ଗ୍ରାମ ଲେଖାଏଁ ଭିଟାମିନ ଇ ଓ ଊ ଯୁକ୍ତ କ୍ଷୀର ଦେବା କାର୍ଯ୍ୟକ୍ରମର ଗତକାଲି ଶୁଭାରମ୍ଭ ହୋଇଛି । ପରେ ଏହା ସବୁ ସ୍କୁଲରେ ଲାଗୁ କରାଇବାପାଇଁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଏନେଇ ମନ୍ତ୍ରୀ କହିଛନ୍ତି, ଗତକାଲି ଗିଫ୍ଟ ମିଲ୍କ ଦେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପିଲାଙ୍କୁ ପୋ଼ଷଣ ଓ ପ୍ରୋଟିନ ଯୋଗାଇବାକୁ ଏପରି ପଦକ୍ଷେପ ନିଆଯାଇଛି। ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଆଗକୁ ସମଗ୍ର ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ବି କ୍ଷୀର ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।
ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨ଶହ ମିଲିଲିଟର ଭିଟାମିନ ଇ ଓ ଊ ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି।
ମୁଖ୍ୟତଃ ଗ୍ରାମାଞ୍ଚଳ ପିଲା ଉପଯୁକ୍ତ ପୋଷଣ ପାଇ ପାରୁନ ଥିବାରୁ ସେମାନଙ୍କର ଠିକ୍ ଭାବେ ବିକାଶ ହେଉନି ତଥା ସେମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ମଧ୍ୟାହ୍ନ ଭୋଜନରେ ବି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିଲା।
ପୂର୍ବ ସରକାର ଅମଳରେ ଏଥିରେ କୌଣସି ସୁଧାର ଆସି ନ ଥିବା ବେଳେ ନୂଆ ସରକାର ଆସିବା ପରେ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରିଛନ୍ତି।
ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୮ ଟଙ୍କା ୮୨ ପଇସା ଥିଲା ।
ତେବେ ଖୁବ୍ ଶୀଘ୍ର ମଧ୍ୟାହ୍ନ ଭୋଜନରେ କ୍ଷୀର ସାମିଲ ହେବା ଖବର ଶୁଣି ଅଭିଭାବକ ତଥା ପିଲାମାନେ ଖୁବ୍ ଉତ୍ସାହିତ ହୋଇ ପଡ଼ିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031