Indus Valley Times

ବିଭିନ୍ନ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା କଲେ ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

 Breaking News

ବିଭିନ୍ନ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା କଲେ ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ବିଭିନ୍ନ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା କଲେ ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ
April 03
20:38 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୩/୪: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧିନ ବାରଗାଡ଼ିଆ ଦଳିତ ବସ୍ତିର ବିସ୍ଥାପନ ନେଇ ଦେଖା ଦେଇଥିବା ସମସ୍ୟା ସହିତ କଳିଙ୍ଗନଗରର ଅନ୍ୟାନ୍ୟ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଆଜି ଏହି ଆଲୋଚନା ସମୟରେ ଇଂ ଘଡାଇ ଟାଟାର ଦୁଇଟି କମ୍ପାନୀ ମଧ୍ୟ ସ୍ଥଳରେ ଥିବା ଏହି ଦଳିତ ବସ୍ତି ବାସିନ୍ଦାଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ।
ପୂର୍ବ ସରକାର ସମୟରେ ଆରପିଡିଏସି ବୈଠକରେ ଏହି ବସ୍ତି ବାସିନ୍ଦାଙ୍କ ବିସ୍ଥାପନ ନେଇ ଆଲୋଚନା ହେବା ସହିତ ଓଳିଆ ଗ୍ରାମ ପଞ୍ଚାୟତରେ ଥିବା ଇଡ଼କୋ ଜମିରେ ବାସଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ବୋଲି ପ୍ରକାଶ କରିଥିଲେ ।
ଏହା ସହିତ ବର୍ଷାଧିକ କାଳ ହେଲା ଏହି ବସ୍ତି ଲୋକଙ୍କୁ ବିସ୍ଥାପନ କରାଯାଇ ପାରି ନଥିବାରୁ ଉଦବେଗ ପ୍ରକାଶ କରିଥିଲେ ।
ସେମାନେ ବିସ୍ଥାପିତ ହୋଇ ନ ପାରିବାରୁ ଉଭୟ ଶିଳ୍ପର ଧୂଳି, ଧୂଆଁ ଓ ପ୍ରଦୂଷଣ ଫଳରେ ବସ୍ତିର ବହୁ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ ।
ଏ ନେଇ ସରକାର ଓ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ଆଲୋଚନା ସମୟରେ ସାରଙ୍ଗପୁର ଗ୍ରାମର ବିସ୍ଥାପନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରିଥିଲେ ।
ଏହା ସହିତ ଆଲୋଚନା ସମୟରେ କଳିଙ୍ଗ ନଗରର ଅନ୍ୟାନ୍ୟ ସମସ୍ୟା ବିଷୟରେ ମଧ୍ୟ ଆଲୋକପାତ କରି ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ ଇଂ ଘଡାଇ ।
କଳିଙ୍ଗନଗର ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉତ୍କଟ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଦୁର୍ଘଟଣାରେ ବହୁ ଜୀବନ ଯାଉଥିବା କହି କ୍ଷୋଭ ପ୍ରକାଶ କରିଥିଲେ । ବିଶେଷ କରି ଦାନଗଦିରୁ ବଙ୍ଗଳା ଛକ ଓ ଦାନଗଦି-ଡୁବୁରୀ ରାସ୍ତା ମରଣ ଜନ୍ତା ପାଲଟି ଜୀବନ ନେଉଥିବା କହିଥିଲେ ।
ଏହାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେବା ସହିତ ଦୈନିକ କିଭଳି ଦୁର୍ଘଟଣା ରୋକା ଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ ।
ଏହା ସହିତ କଳିଙ୍ଗ ନଗରକୁ ଆସୁଥିବା ବିଭିନ୍ନ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହିତ ବ୍ୟାପକ ବୃକ୍ଷ ରୋପଣ ସହିତ ପରିବେଶ ପ୍ରତି ଗୁରୁତ୍ୱ ଦେବାକୁ ଦାବି କରିଥିଲେ । ଏ ନେଇ ନିଜ ପ୍ରତିକ୍ରିୟାରେ ଇଂ ଘଡାଇ କହିଛନ୍ତି ପୂର୍ବ ସରକାର ସମୟରେ ନିଆ ଯାଇଥିବା ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ନ ହୋଇ ପଡି ରହିଛି । ଯାହା ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏହା ସହିତ ଟ୍ରାଫିକ ସମସ୍ୟା ସୁଧାରିବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ କିଭଳି ସ୍ଥାୟୀ ନିଯୁକ୍ତି ପାଇବେ ସେ ନେଇ ଆଲୋଚନା କରିଛୁ । ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି, ଏଥିରେ ଟାଳଟୁଳ ନୀତି ଅବଲମ୍ବନ କଲେ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଇଂ ଘଡାଇ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031