Indus Valley Times

ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’

 Breaking News

ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’

ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’
March 07
15:17 2025

ଭୁବନେଶ୍ୱର,୭/୩ : ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ।
ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ଶିକ୍ଷା ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ଏହାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କାର‌୍ୟ୍ୟରତ ଶିକ୍ଷୟିତ୍ରୀଶିକ୍ଷକ ଓ ଭିତ୍ତିଭୂମିକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍ ଏସ୍‌ସିଇଆର୍‌ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ଏହା ସେମାନଙ୍କ ଶ୍ରେଣୀଗୃହ ପାଠପଢ଼ିବାରେ ସହାୟକ ହେବ।
ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍ ପ୍ରଦାନ କରାଯିବ।
ଏହି କିଟ୍‌ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ। ସେହିପରି ଖେଳ ଭିତ୍ତିକ ଶିକ୍ଷଣ ପଦ୍ଧତି ମାଧ୍ୟମରେ ମୌଳିକ ଦକ୍ଷତା ଅର୍ଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ‘ଯାଦୁ ପେଡି’ କିଟ୍ ଯୋଗାଇ ଦିଆଯିବ।
ଏଥିପାଇଁ ସମସ୍ତ ପ୍ରାଥମିକ ଶ୍ରେଣୀର ଶିକ୍ଷକଙ୍କୁ ପ୍ରସ୍ତୁତ ମଡେଲ ଉପରେ ତାଲିମ ଦିଆଯିବ। ଏହି ତାଲିମ ମାର୍ଚ୍ଚ ୧୫ ସୁଦ୍ଧା ଶେଷ ହେବ। ଶିଶୁ ବାଟିକାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରେ ଏକ ଉତ୍ସର୍ଗୀକୃତ ସେଲ୍ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ପ୍ରାକ୍ ବିଦ୍ୟାଳୟ ପାଇଁ ଆବଶ୍ୟକ ଅତିରିକ୍ତ ଭିତ୍ତିଭୂମି ଆସନ୍ତା ବର୍ଷ ଭିତରେ ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ବିଜ୍ଞପ୍ତିରେ ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031