Indus Valley Times

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ

 Breaking News

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ
March 30
22:55 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୦/୩ : ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା, ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ।
ଏ ନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର‌୍ୟ୍ୟନ୍ତ ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ କରି ଆମକୁ ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୫ ତାରିଖ ରବିବାର ସକାଳ ୮ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ । ଦିବା ଘ.୧୧.୩୦ମି.ସମୟରେ ମେଇନ୍‌ରୋଡ଼ ରେ ଧୂଳିଦଣ୍ଡ ଅନୁଷ୍ଠିତ ହେବ ।
ଅପରାହ୍ନ ଘ.୦୪.୩୦ ମି.ସମୟରେ ବନ୍ଧପାଖରେ ପାଣିଦଣ୍ଡ ର ଆୟୋଜନ କରାଯିବ । ସନ୍ଧ୍ୟା ୦୫ ଘଟିକା ସମୟରେ ଟାଉନର ବଜାର ଛକ ନିକଟରେ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ୧୩ ଦଣ୍ଡର ମହାମିଳନ ଖୁବ ଯାକ ଜକମକରେ ଆୟୋଜନ କରାଯିବ । ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୧ ଘଣ୍ଟ ସମୟରେ ଝୁଣାଦଣ୍ଡ ର ଏକ ବିରାଟ ପଟୁଆର ହେବା ସହ ୬ ତାରିଖ ସକାଳ ୦୮ଘଣ୍ଟ ସମୟରେ ଯାତ୍ରା ସମାପ୍ତ ହେବ ଏଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେବାପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ଭାରସାମ୍ୟ ହରାଇ ବାଇକ୍ ଚାଳକଙ୍କ ମୃତ୍ୟୁ
ବାଲିଗୁଡା, ୩୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନାଡ଼ାପାଟାଙ୍ଗ ଗ୍ରାମର କୁମ୍ଭାର ସାହି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ପୋଲ ତଳକୁ ମୋଟର ସାଇକେଲ ଖସି ଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବାରଖମା ଗୁମା ସାହିର ନିରଞ୍ଜନ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରବିବାର ଦିନ ନିରଞ୍ଜନ କୌଣସି କାମରେ ସୁଡ୍ରା ଗ୍ରାମକୁ ଯାଇ ସେଠାରୁ ବିଳମ୍ବିତ ରାତିରେ ଗାଁ କୁ ଫେରୁଥିବା ବେଳେ ନାଡ଼ାପାଟାଙ୍ଗ ଗ୍ରାମର କୁମ୍ଭାର ସାହି ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ରାତି ତମାମ ସେଠାରେ ଆହତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସୋମବାର ସକାଳୁ ଅଞ୍ଚଳବାସୀ ଦେଖି ବାରଖମା ଫାଣ୍ଡି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ପହଁଞ୍ଚି ନିରଞ୍ଜନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031