Indus Valley Times

ମେସ୍କୋ କାରଖାନା ଚାଲୁକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ

 Breaking News

ମେସ୍କୋ କାରଖାନା ଚାଲୁକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ

ମେସ୍କୋ କାରଖାନା ଚାଲୁକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ
August 26
22:31 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୬/୮ :୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ମେସ୍କୋ ଷ୍ଟିଲ ଗ୍ରୁପର ମିଡ-ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ଡଃ. ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପୀଚଳର ପ୍ରଥମ ଇସ୍ପାତ କାରଖାନା ।
ଏଥିପାଇଁ ସୁକିନ୍ଦା ଏବଂ ଦାନଗଦୀ ବ୍ଲକ ଅନ୍ତର୍ଗତ ସିଆରିଆ, ଖୁରଂଟି ଓ ମାନଗୋବିନ୍ଦପୁର ଗ୍ରାମର ୨୦୦ ପରିବାର ବାସଚ୍ୟୁତ ହୋଇ ୬୫୦ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ କେନ୍ଦୁଝର ଜିଲ୍ଲା ବଡବିଲ ସେକ୍ଟରରେ ୧୫୦ ହେକ୍ଟର ଲୌହ ଖଣି ନିଜସ୍ଵ ବ୍ୟବହାର ପାଇଁ ପ୍ରଦାନ କରିଛନ୍ତି ।
ଇଡକୋ ତରଫରୁ ମଧ୍ୟ ଷ୍ଟିଲ ବଂଡ ଜରିଆରେ ଅର୍ଥ ଯୋଗାଇ ଦିଆ ଯାଇଛି । ଏଥିସହିତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ତରଫରୁ ମେସ୍କୋ କଂପାନୀକୁ ଉତ୍ସର୍ଗୀକୃତ ରେଳଲାଇନ ଯୋଗାଇ ଦିଆଯାଇଛି । ମାତ୍ର ସମସ୍ତ ପ୍ରକାର ସହଯୋଗ ପାଇବା ସତ୍ତ୍ୱେ ମେସ୍କୋ କଂପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ କାରଖାନାକୁ ବନ୍ଦ ରଖାଯାଉଛି ।
ଶେଷଥର ପାଇଁ ୨୦୨୦ ମସିହା ଫେବୃୟାରୀ ମାସ ୧୨ ତାରିଖରୁ ଏହି କାରଖାନାର ଉତ୍ପାଦନକୁ ମେସ୍କୋ କଂପାନୀ କର୍ତ୍ତୃପକ୍ଷ ୬୬ ମାସ ହେବ ବନ୍ଦ ରଖିଛନ୍ତି ? ଫଳରେ ଏହି କାରଖାନାରେ ପ୍ରତକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ୨୦୦୦ରୁ ଅଧିକ ଶ୍ରମିକ ଏବଂ କର୍ମଚାରୀ ପରିବାର ନିଯୁକ୍ତି ହରାଇ ଆର୍ଥିକ ଦୁର୍ଗତୀ ମଧ୍ୟରେ କାଳ କାଟୁଛନ୍ତି ।
ବେକାର ଶ୍ରମିକ ଏବଂ କର୍ମଚାରୀ ମାନେ ୬.୬ ମାସ ଧରି ବିଭିନ୍ନ ମଂଚରେ ଏବଂ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରି ଆସୁଥିବା ବେଳେ ସେମାନଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଛି । ମେସ୍କୋ କାରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ କେହି ସେମାନଙ୍କ ସମସ୍ୟାକୁ ସାମାଧାନ କରି ନାହାନ୍ତି । ଅନ୍ୟ ପକ୍ଷରେ ମେସ୍କୋ କଂପାନୀ ଜେଏସଏଲକୁ ସେମାନଙ୍କର ରେଳ ଲାଇନକୁ ଲିଜ୍ ଦେଇ ବିପୁଳ ଅର୍ଥ ଲାଭ କରୁଛି ।
ବର୍ତ୍ତମାନ ସରକାର ରାଜ୍ୟରେ ନିଯୁକ୍ତି ସୁଯୋଗ ଏବଂ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଁ ପୂର୍ବ ସରକାରଙ୍କ ଭଳି ସକ୍ରିୟ ପଦକ୍ଷେପ ଗ୍ରହଣ କରି ନୂତନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିବେଶକ ମାନଙ୍କୁ ଆମନ୍ତ୍ରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷ ଜରୁଥିବାବେଳେ ଗୋଟିଏ ବନ୍ଦ ଶିଳ୍ପ ଏବଂ ଛଟେଇ କର୍ମଚାରୀ ମାନଙ୍କର ଅକଥନୀୟ ଦୁଃଖ ଦୁର୍ଦ୍ଦଶାକୁ ଅଣଦେଖା କରିବା ଇଚିତ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଜଣାଇଛନ୍ତି ।
ଏ ପରିପ୍ରେକ୍ଷିରେ ଗରିବ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଏବଂ ନିଯୁକ୍ତି ହରାଇଥିବା କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି କଳିଙ୍ଗ ନଗର ଶିଳ୍ପୀଚଳର ପ୍ରଥମ ପ୍ରତିଷ୍ଠିତ କାରଖାନାକୁ ଖୋଲିବା ପାଇଁ ମେସ୍କୋ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ଅନୁରୋଧ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଉପମୁଖ୍ୟ ଶାସନ ସଚିବ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଡଃ, ଘଡାଇ ଅବଗତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930