Indus Valley Times

ଏସସିବିରୁ ବିଚାରାଧିନ କଏଦୀ ଫେରାର, ଚୋରି ମାମଲାରେ ଜେଲରେ ଥିଲେ

 Breaking News

ଏସସିବିରୁ ବିଚାରାଧିନ କଏଦୀ ଫେରାର, ଚୋରି ମାମଲାରେ ଜେଲରେ ଥିଲେ

ଏସସିବିରୁ ବିଚାରାଧିନ କଏଦୀ ଫେରାର, ଚୋରି ମାମଲାରେ ଜେଲରେ ଥିଲେ
June 02
16:59 2023

ଜଗତସିଂହପୁର,୨/୬ : ପୁଲିସ ଆଖିରେ ଧୂଳି ଦେଇ ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। ଏପରି ଘଟଣା ଘଟିଛି କଟକ ବଡ଼ ମେଡିକାଲରେ।ବିଚାରାଧୀନ ବନ୍ଦୀ ଜଣକ ହେଲେ ସାଜନ ଦାସ। ସାଜନର ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।
ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ନିଆଳି ଥାନାରେ ରଖାଯାଇଥିଲା। ତାର ଦେହ ସବୁବେଳେ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ହଠାତ୍ ସାଜନ ଅସୁସ୍ଥ ହେବାରୁ ଗତ ୨୯ ତାରିଖରେ ଏସସିବିରେ ଭର୍ତ୍ତି କରାଯାଇଥିଲା। ୩ଜଣ ପୁଲିସ କର୍ମଚାରୀମାନେ ମେଡିକାଲରେ ସାଜନକୁ ଜଗି ରହିଥିଲେ।
ଗତକାଲି ପୁଲିସକୁ ଶୌଚ ହେବା ପାଇଁ ଯିବାକୁ କହିଥିଲା ସାଜନ। ପରେ ସେ ଆଉ ଫେରି ନଥିଲା। ସାଜନ ବାଥରୁମ୍ରୁ ଫେରିବା ବିଳମ୍ବ ହେବାରୁ ପୁଲିସ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ହେଲେ ସାଜନକୁ ପାଇନଥିଲେ। ପରେ ମେଡିକାଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ପୁଲିସ। ସାଜନ ଶାଢ଼ି ପିନ୍ଧି ଖସିଯାଇଥିବା ଜଣାପଡ଼ିଥିଲା। ପୁଲିସ ସାଜନକୁ ଚାରିଆଡେ ଖୋଜାଖୋଜି କରୁଛି। ଏନେଇ ମଙ୍ଗଳବାଗ ଥାନାରେ ମାମଲା ରୁଜୁ କରାଯାଇଛି। ମଙ୍ଗଳବାଗ ଥାନା ପୁଲିସ ଏକ ଟିମ୍ ଗଠନ ସାଜନକୁ ଖୋଜାଖୋଜି କରୁଛି।
ତେବେ ଏନେଇ ପୁଲିସ କିମ୍ବା ଚୌଦ୍ୱାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସାଜନ ଖସିଯିବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031