Indus Valley Times

ଏସ୍ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି, ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବଙ୍କ ସୂଚନା

 Breaking News

ଏସ୍ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି, ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବଙ୍କ ସୂଚନା

ଏସ୍ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି, ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବଙ୍କ ସୂଚନା
May 27
19:37 2023

ଭୁବନେଶ୍ବର,୨୭/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି। ମିସନ ଶକ୍ତି ଗ୍ରୁପ୍ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ର ମା’ମାନଙ୍କୁ ଆର୍ଥିକ ବର୍ଷ ୨୦୨୨-୨୩ରେ ୧୧ ହଜାର କୋଟିରୁ ଊର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ମିସନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି, ମା’ମାନଙ୍କୁ ବିଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି ଏସ୍ଏଚ୍ଜି ଗ୍ରୁପର ମହିଳାମାନେ ସରକାରଙ୍କ ବ୍ୟବସାୟରେ ୨୦ଟି ବିଭାଗ ସହିତ ଜଡ଼ିତ ରହିଛନ୍ତି। ଏସ୍ଏଚ୍ଜି ଗ୍ରୁପର ମା’ମାନେ ଧାନ କିଣୁଛନ୍ତି, ମାଛ ଚାଷ କରୁଛନ୍ତି, ମିସନ ଶକ୍ତି କାଫେ ପରିଚାଳନା, କୃଷି ଉତ୍ପାଦକ କ୍ଲଷ୍ଟରରେ କାର୍ଯ୍ୟ, ମିଲେଟ ମିଶନ କାଫେ ଆଦି କ୍ଷେତ୍ରରେ କାମ କରୁଛନ୍ତି।
ଆମେ ମହାସଂଘଗୁଡ଼ିକୁ ଦୃଢ଼ୀକରଣ ମଧ୍ୟ କରୁଛୁ। ଭିତ୍ତିଭୂମିର ବିକାଶ କରୁଛୁ। ନିର୍ବାଚନ ଇସ୍ତାହାରକୁ ପୂରଣ କରୁଛୁ। କିଛି ଅଭିନବ ଉଦ୍ୟମ ମଧ୍ୟ କରୁଛୁ। ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯଥା କୋଭିଡ ମ୍ୟାନେଜମେଣ୍ଟ, ଦକ୍ଷତା ବିକାଶ କ୍ଷେତ୍ରରେ କାମ କରିଛୁ। ମିସନ ଶକ୍ତି ମା’ମାନଙ୍କ ପାଇଁ ସ୍କୁଟର ବ୍ୟବସ୍ଥା କରାଯାଇଛି। ମା’ମାନେ ଆଗକୁ ବଢୁଛନ୍ତି। କିଛି ଦିନ ପୂର୍ବରୁ ୧୦ ଜଣ ମହିଳା ଦୁବାଇ ଯାତ୍ରା କରିଥିଲେ। ଏଥିରେ ସେମାନେ ବହୁତ ଖୁସି ହୋଇଥିଲେ। ମା’ମାନେ ଉଦ୍ୟୋଗୀ ହେବାକୁ ଯାଉଛନ୍ତି। ସେମାନେ ଓଡ଼ିଶା ସମେତ ଦେଶ-ବିଦେଶରେ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ମିସନଶକ୍ତି ବିକାଶ ଲାଭ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031