Indus Valley Times

ଓକାକ ସିଇଓ ହ୍ୱାଟ୍ସଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ: ଠକମାନେ ଦିଲ୍ଲୀ ଓ ବାଙ୍ଗାଲୋରରୁ କରୁଥିଲେ ଅପରେଟ୍

 Breaking News

ଓକାକ ସିଇଓ ହ୍ୱାଟ୍ସଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ: ଠକମାନେ ଦିଲ୍ଲୀ ଓ ବାଙ୍ଗାଲୋରରୁ କରୁଥିଲେ ଅପରେଟ୍

ଓକାକ ସିଇଓ ହ୍ୱାଟ୍ସଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ: ଠକମାନେ ଦିଲ୍ଲୀ ଓ ବାଙ୍ଗାଲୋରରୁ କରୁଥିଲେ ଅପରେଟ୍
November 17
13:25 2021

ଭୁବନେଶ୍ୱର,୧୭/୧୧: ଓକାକ ସିଇଓ ହ୍ୱାଟ୍ସଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ ଥିବା ସ୍ପଷ୍ଟ ହୋଇଛି । ଦିଲ୍ଲୀ ଓ ବାଙ୍ଗାଲୋରରୁ ଏହି ଠକମାନେ ଅପରେଟ୍ କରୁଥିବା ଜଣାପଡ଼ିଛି । ଲିଙ୍କ ପଠାଇ ହ୍ୱାଟ୍ସଅପ୍ ଆକାଉଂଟକୁ କଟ୍ରୋଲ କରୁଥିଲେ । ତେବେ ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଏଭଳି କ୍ରାଇମ ହୋଇଥିଲା ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ତାର ନାଁ ଚିମେଲନ ଏମାଲୁଏନ ଆନୁଏତାଲୁ । ଓକାକ କେଶରେ ତା’ର ମୁଖ୍ୟ ସହଯୋଗୀ ସାମିଲ ଅଛି ।
ସେ ଦିଲ୍ଲୀ ପୁଲିସ ଦ୍ୱାରା ମୋଷ୍ଟୱାଂଟେଡ଼ ଅଛି । ଓଡ଼ିଶା କ୍ରାଇମବ୍ରାଂଚ, ଦିଲ୍ଲୀ ପୁଲିସ ଓ ବାଙ୍ଗାଲୋର ପୁଲିସ ସହ ଯୋଗାଯୋଗରେ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି ।
ସେପଟେ, ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ବାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି ।
ଏଥିରେ ଦର୍ଶାଯାଇଛି ଯେ ପ୍ରଥମେ ନିଜ ହ୍ବାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିବା ପର ସେଟିଂ ଅପସନ କ୍ଲିକ୍ କରନ୍ତୁ ।
ପରେ ଆକାଉଣ୍ଟ ଅପ୍ସନ୍ କ୍ଲିକ୍ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ । ଏହାପରେ ଏନାବୁଲ ଅପସନ କ୍ଲିକ୍ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ । ପରେ ସମାନ ପିନ୍ ଆଉଥରେ ଭରନ୍ତୁ ।
ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତ । ପରେ ପରବର୍ତ୍ତୀ ଅପ୍ସନ୍ କ୍ଲିକ୍ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ । ସେଭ୍ ଅପସନ୍ କ୍ଲିକ୍ କରି ଡନ୍ ଅପସନ୍ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ହ୍ବାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ଯ୍ୟକ୍ଷମ ହୋଇଗଲା ।
ତେବେ ହ୍ବାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ । କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ । ଅନ୍ଲାଇନରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥରେ ଫୋନ୍ କରି ସୁନିଶ୍ଚିତ ହୁଅନ୍ତୁ ଯେ ଏହି ବ୍ୟକ୍ତି ଆପଣଙ୍କ ପରିଚିତ ନାଁ ହ୍ୟାକର୍ । ଏଭଳି ପରାମର୍ଶବଳୀ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930