Indus Valley Times

ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ
April 02
10:45 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୪: ଓଡ଼ିଶା ଦିବସ ଉପଲକ୍ଷେ ସମ୍ମିଳିତ କର୍ମଜୀବୀ ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ସଂଘର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ସାମ୍ୱାଦିକ ଭବନ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଅୟୋଜନ କରଯାଇଥିଲା ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଖୋରଧାର ପୁର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, ଖୋରଧା ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ରକ୍ତ ଦାନ ଶିବିର ରେ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ରକ୍ତଦାନ ଶିବିର ଚାଲିଥିବା ସମୟରେ ସେହି ବାଟ ଦେଇ ରାସ୍ତାରେ ଚାଲି, ଚାଲି ଯାଉଥିବା ସୁଦୂର ସୁନ୍ଦରଗଡ଼ ଜିଲ୍ଲାର ଦୁଇଜଣ ଯୁବକ ରକ୍ତଦାନ ଶିବିରର ବ୍ୟାନରକୁ ଦେଖି ରକ୍ତ ଦାନ, ଏକ ମହତ ଦାନର ଉଦ୍ଦେଶ୍ୟକୁ ଉପଲବ୍ଧି କରିପାରି ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରି ଥିଲେ ।
ସେହି ଦୁଇ ଜଣ ବ୍ୟକ୍ତି ହେଲେ ବିକାଶ ତିର୍କୀ ଓ ସୁନିଲ ମିଞ୍ଜ । ଯାହାକି ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇଥିଲା । ଏହି ରକ୍ତ ଦାନ ଶିବିରକୁ ସ୍ଵେଚ୍ଛାସେବି ଏବଂ ଜଣେ ସଫଳ ସଂଗଠକ ଶୁଭକାନ୍ତ ମହାପାତ୍ର ସୁଚାରୁ ଭାବରେ ପରିଚାଳନା କରିଥିଲେ ।
ଅତିଥି ମାନେ ସଂଘର ଏଭଳି ମହତ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସଂଘ ପକ୍ଷରୁ କରାଯିବାକୁ ଥିବା ଏହିପରି ଜନହିତକର କାର୍ଯ୍ୟକ୍ରମ ଗୁଡିକରେ ନିଜ କୁ ସାମିଲ କରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂଘର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031