Indus Valley Times

ଓଡ଼ିଶା : ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦଙ୍କୁ ଜିଲ୍ଲାବାସୀଙ୍କ ଅଭିନନ୍ଦନ

 Breaking News

ଓଡ଼ିଶା : ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦଙ୍କୁ ଜିଲ୍ଲାବାସୀଙ୍କ ଅଭିନନ୍ଦନ

ଓଡ଼ିଶା : ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦଙ୍କୁ ଜିଲ୍ଲାବାସୀଙ୍କ ଅଭିନନ୍ଦନ
November 15
15:09 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୫/୧୧:
କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ପାଇଁ ଆଉ ଏକ ଗୌରବର ଖବର।ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଜଣ ପ୍ରତିଭାବାନ ମହିଳା କ୍ରିକେଟ ଖେଳାଳି ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦ ସ୍ଥାନ ପାଇଛନ୍ତି ।
ଆସନ୍ତା ୧୫ ତାରିଖରୁ ଗୁଜରାଟର ରାଜକୋଟଠାରେ ଆୟୋଜିତ ହେବାକୁ ଥିବା ୨୩ ବର୍ଷରୁ କମ୍ ଜାତୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଖେଳାଳି ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ।ସେମାନଙ୍କ ଏହି ଚୟନ ବଲାଙ୍ଗିର ଜିଲ୍ଲାର କ୍ରୀଡ଼ାପ୍ରେମୀ, କ୍ରିକେଟ ମହଲ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି ।
ଉଲ୍ଲେଖଯୋଗ୍ୟ ଯେ,ଜାତୀୟ ସ୍ତରର ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳିବାର ସୁଯୋଗ ପାଇବା ଉଭୟ ଖେଳାଳିଙ୍କ କଠିନ ପରିଶ୍ରମ,ନିଷ୍ଠା ଓ କ୍ରୀଡ଼ା ପ୍ରତି ସମର୍ପଣର ପରିଚୟ ଦେଉଛି।ସେମାନଙ୍କ ଏହି ସଫଳତା ଜିଲ୍ଲାର ଅନ୍ୟ ଯୁବତୀ ଓ ମହିଳା କ୍ରିକେଟ ଖେଳାଳିଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।
ଏହି ଅବସରରେ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧି କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30