Indus Valley Times

ଓଡିଶା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନାର କଲେ ସମୀକ୍ଷା

 Breaking News

ଓଡିଶା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନାର କଲେ ସମୀକ୍ଷା

May 29
08:29 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୯/୫ : ବୁଧବାର ଓଡ଼ିଶାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ (ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ) ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଉନ୍ନୟନ ଅଗ୍ରଣୀ ଯୋଜନା ଗୁଡିକର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି । ବୈଠକରେ ଖୋର୍ଦ୍ଧା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପିତାମ୍ବର ସାମଲ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ମାନ୍ୟବର ମନ୍ତ୍ରୀ ,ମାନ୍ୟବର ବିଧାୟକଙ୍କୁ ସ୍ୱାଗତ କରିବା ସହ ସମସ୍ତ ଅଧିକାରୀ ନିଜ ନିଜ ବିଭାଗର ବିଭିନ୍ନ ଉନ୍ନୟନ ଯୋଜନା ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମ୍ବନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଥମେ ଶ୍ରୀ ସୁନାରାମ ହେମ୍ବ୍ରମ୍, ଅତିରିକ୍ତ ଉପ ପୁଲିସ ଆୟୁକ୍ତ, ଭୁବନେଶ୍ୱର ପୁଲିସ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ଭି ଭି ଆଇ ପି ପ୍ରୋଗ୍ରାମ,ଭି ଆଇ ପି ପ୍ରୋଗ୍ରାମ ସମ୍ଵନ୍ଧରେ ପ୍ରଭାରୀ ମନ୍ତ୍ରୀ ଙ୍କୁ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
୨୦୨୫ ବର୍ଷରେ ୨୦୨୩,୨୦୨୪ ବର୍ଷ ଅପେକ୍ଷା କମ କେସ ୪୩୭୧ ପଞ୍ଜୀକୃତ ହୋଇଥିବା ପ୍ରକାଶ କରିଥିଲେ ।
ସେହିପରି ଭି ଭି ଆଇ ପି ପ୍ରୋଗ୍ରାମ ୯ ଗୋଟି ଅନୁଷ୍ଠିତ ହୋଇଥିବା ବେଳେ ଭି ଆଇ ପି ପ୍ରୋଗ୍ରାମ ୨୯୮ ଗୋଟି ଅନୁଷ୍ଠିତ ହୋଇଛି ।
ଏଥିସହ ଖଣ୍ଡଗିରି ମାଘ ସପ୍ତମୀ ମେଳା, ଅଶୋକାଷ୍ଟମୀ, ଦୋଳପୂର୍ଣ୍ଣିମା, ରାମ ନବମୀ, ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି,ମହାଶିବରାତ୍ରି ଆଦି ଗୁରୁତ୍ୱପୂର୍ଣ୍ଣ ପର୍ବ ପର୍ବାଣୀରେ ସଫଳ ଭାବେ ଆଇନଶୃଙ୍ଖଳା ସେବା ଯୋଗାଇ ଦିଆଯାଇଥିବା ପ୍ରକାଶ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଶାଗରିକା ନାଥ ଯୋଗଦେଇ ଖୋର୍ଦ୍ଧା ପୁଲିସ ଉପଖଣ୍ଡରେ ଖୋର୍ଦ୍ଧା ମଡେଲ ପୁଲିସ ଷ୍ଟେସନ,ଖୋରଧା ଶିଳ୍ପାଞ୍ଚଳ ଥାନା, ସଦର ଥାନା, ବାଘମାରି ଥାନା, ବେଗୁନିଆ ଥାନା, ଜଙ୍କିଆ ଥାନା ଏବଂ ବାଲୁଗାଁ ପୁଲିସ ଉପଖଣ୍ଡର ନିରାକାରପୂର୍ ଥାନା, ଟାଙ୍ଗୀ ଥାନା, ନାଚୁଣୀ ଥାନା, ବାଲୁଗାଁ ଥାନା,ଓ ବାଣପୁର ଥାନାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉପସ୍ଥାପନ କରିଥିଲେ ।
ବିଗତ ୨୦୨୩,୨୦୨୪ ବର୍ଷ ଅପେକ୍ଷା ଚଳିତବର୍ଷ ୧୬୩୨ କେସ ପଞ୍ଜୀକୃତ ହୋଇଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ।
ପରେ ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇ କହିଲେ ଖୋର୍ଦ୍ଧା ବନଖଣ୍ଡରେ ପ୍ରାୟ ୬୦/୭୦ ହାତୀ ଅଛନ୍ତି ।
୨୦୨୪-୨୦୨୫ବର୍ଷରେ ୩୮୬୬ କ୍ଷତିଗ୍ରସ୍ତ ଦରଖାସ୍ତ ଆସିଥିବାବେଳେ ସହାୟତା ରାଶି ବାବଦକୁ ୨,୦ ୯,୨୨,୩୯୦ ଟଙ୍କା ଦିଆଯାଇଛି ।
ବର୍ତ୍ତମାନ ଡ୍ରୋନ ଦ୍ଵାରା ହାତୀର ସ୍ଥିତି ଜାଣି ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପ୍ରକଳ୍ପ ଅଗ୍ରଗତି ୭୦.୯୪ -/- ଥିବାବେଳେ ଅନ୍ତଦ୍ଵୟ ଗୃହ ଯୋଜନା ୨୦୨୪-୨୫ବର୍ଷରେ ୧୭୫୭ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୧୪୬୦ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଅମୃତ ସରୋବର ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ୫୭୦ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫୮୩ ଗୋଟି ଚିହ୍ନଟ କରାଯାଇଛି । ଲକ୍ଷପତି ଦିଦି ଯୋଜନାରେ ୫୪୭୯୨ ଜଣଙ୍କୁ ସାମିଲ କରାଯାଇ ୯୪.୪୨ଶତକଡା ସଫଳତା ମିଳିଛି ।
ଏସ ଏସ ଜି ବ୍ୟାଙ୍କ ସଂଯୋଗରେ ୯୮ % ଶତକଡା ସଫଳତା, ପ୍ରଧାନମନ୍ତ୍ରୀ (ସହରାଞ୍ଚଳ)୧.୦ ଯୋଜନାରେ ୧୫୦୬ ଗୃହ ନିର୍ମାଣଧୀନ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ (ସହରାଞ୍ଚଳ)୨.୦ ରେ୧୬୫ ଗୋଟି ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ପଟ୍ଟନାୟକ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ଯୋଜନା, ବୟୋବନ୍ଦନା ଯୋଜନା ୭୮୯୩୧୧ କାର୍ଡ ପ୍ରାପ୍ତ ହୋଇଥିବା ବେଳେ ୫୩୬୨୬୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇ ଶତକଡା ୬୮ % ପ୍ରତିଶତ ସଫଳତା ମିଳିଛି କ୍ଷ ଜିଲ୍ଲାରେ ଡାକ୍ତର ମଞ୍ଜୁରୀ ପଦବୀ ୫୧୬ ଥିବାବେଳେ ୨୬୬ ଡାକ୍ତର ସେବାରକ୍ତ ଅଛନ୍ତି ଏବଂ ୨୫୦ ପଦବୀ ଖାଲି ଅଛି ଓ ୭୪ ଡାକ୍ତର ସ୍ନାତାକୋତ୍ତର ପଢ଼ିବା ପାଇଁ ଯାଇଛନ୍ତି ।
ଉପନିବନ୍ଧ , ସମବାୟ ସମିତି , ଅଳକାନନ୍ଦ ଜେନା ଖରିପ୍ ୨୦୨୪,୨୦୨୫ ବର୍ଷରେ ଚାଷୀଙ୍କୁ ଋଣ ପ୍ରଦାନରେ ୯୯ % ଶତକଡା ସଫଳତା ମିଳିଥିବା ବେଳେ ୨୦୨୪ ରବି ଚାଷରେ ଏହା ୯୭ % ଶତକଡା ସଫଳତା ମିଳିଛି ।
ପ୍ରଧାନମନ୍ତ୍ରୀ ଫସଲବିମା ଯୋଜନାରେ ୫୫୨୩୦ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ବୀମା ରାଶି ବାବଦକୁ ୧୭୮.୪୬କୋଟି ରଖାଯାଇଛି ।
ସହକାରୀ ନିର୍ଦ୍ଦେଶକ , ହସ୍ତଶିଳ୍ପ,୨୦୨୪-୨୫ବର୍ଷର ହସ୍ତ ଶିଳ୍ପ ସଫଳତା ତଥ୍ୟ ପ୍ରଭାରି ମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିବା ବେଳେ ସହକାରୀ ନିର୍ଦ୍ଦେଶକ, ବୟନଶିଳ୍ପ, ବଳିଆ ଯୋଜନାରେ ୨୦୨୪-୨୫ ବର୍ଷରେ ସଭ୍ୟ ସଂଖ୍ୟା ୩୦୯୧୫ ଓ ଉତ୍ପାଦ ବିକ୍ରୀ ୩୦୩.୮୪୭ ଲକ୍ଷ, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ଉପରେ ସୁ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିଥିଲେ ।
ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ସୁଗୁଡା ମୁର୍ମୁ ରାସନକାର୍ଡ ଇ କେ ୱାୟୀ ସି ଯାଞ୍ଚରେ ଶତକଡା ୯୩.୭ % ଶତକଡା ସଫଳତା ମିଳିଛି ବୋଲି ପ୍ରକାଶ କରି ୧୨,୯୨,୧୫୬ ଯାଞ୍ଚ କରାଯାଇ ଅବଶିଷ୍ଟ ୩୯୩୭୪ ଦରଖାସ୍ତ ଯାଞ୍ଚ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେହିପରି ଜିଲ୍ଲାରେ ୨୦୦୪୮ ମୃତ ହିତାଧିକାରୀଙ୍କ ନାମ ତାଲିକାରୁ କଟାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସିକିମ ସତ୍ଵ ୨୦୦୧, ବସୁନ୍ଧରା ୨୨୨,ବେ ବନ୍ଦୋବସ୍ତ ୪୪୫, ଖାସ ମାହାଲ ୧୫୭, ଏଫ ଆର ଟାଇଟଲସ ୧୯୭୦ , ପ୍ରାଥମିକ ବିଦ୍ୟାଳୟକୁ ଆର ଓ ଆର ସଂଶୋଧନ କରାଯାଇ ୪୨୦ ପଟ୍ଟା, ଉଚ୍ଚବିଦ୍ୟାଳୟକୁ ୧୧୩ ପଟ୍ଟା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ପଟ୍ଟା ଏବଂ ସ୍ନାତକ ମହାବିଦ୍ୟାଳୟକୁ ୧୫ ପଟ୍ଟା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ୧ ଜୁଲାଇ ୨୦୨୪ ରୁ ୨୭ ମଇ ୨୦୨୫ ପର୍ଯ୍ୟନ୍ତ ସି ଏମ ଓ ଅଭିଯୋଗ ୪୪୯୩ ପ୍ରାପ୍ତ ହୋଇଥିବା ବେଳେ ୪୧୮୩ ଅଭିଯୋଗ ସମାଧାନ କରାଯାଇ ୩୧୦ ଅଭିଯୋଗ ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଥିଲେ ।
ପରେ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ଜିଲ୍ଲାର ଜରୁରୀ କାଳୀନ ସେବା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀମତୀ ସ୍ମିତା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ.ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପକେନ୍ଦ୍ର ସମୁଚିତା ମଲ୍ଲିକ, ଜିଲ୍ଲା ଶ୍ରମ ଅଧିକାରୀ,, ଇଡକୋ ବିଭାଗ,, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ସେବା ବିଭାଗ,ଗ୍ରାମ୍ୟ ନିର୍ମାଣ, ପୂର୍ତ୍ତକୁ ନେଇ ଗୁରୁତ୍ଵପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ପ୍ରଭାରୀ ମନ୍ତ୍ରୀଙ୍କୁ ତଥ୍ୟ ଉପସ୍ଥାପନ କରିଥିଲେ ।
ମାନ୍ୟବର ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାସନିକ ଦକ୍ଷତା ଯୋଗୁ ସମସ୍ତ ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନା କାର୍ଯ୍ୟ କାରିତାରେ ସନ୍ତୁଷ୍ଟି ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇ ପ୍ରକୃତ ହିତାଧିକାରୀଙ୍କ ସମସ୍ୟା ବୁଝି ଯୋଜନାର ସୁଫଳ ପହଞ୍ଚାଇ ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପ୍ରଶ୍ନକୁ ଆଧାର କରି ସମସ୍ତ ତହସିଲଦାର ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁଯାୟୀ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭୁବନେଶ୍ୱର, ଡ.ମନୋରଂଜନ ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ,ଲାଇନ ଡିପାର୍ଟ ମେଣ୍ଟ ବରିଷ୍ଠ ଯନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031