Indus Valley Times

ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 Breaking News

ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
November 11
16:09 2022

ଭୁବନେଶ୍ୱର,୧୧/୧୧: ନିଜ ଗସ୍ତର ଦିତ୍ୱୀୟ ଦିନରେ ଆଜି ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି।
ଆଜି ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରାଷ୍ଟ୍ରପତି ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚିତ କରିଛନ୍ତି।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଅତିକମ୍ରେ ୫ମ ଗ୍ରେଡ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶିକ୍ଷା ବିଭାଗର ଏହା ଏକ ପ୍ରେରଣାଦାୟୀ ପଦକ୍ଷେପ। ଏହାଦ୍ୱାରା ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିପାରିବ।
ଏହି ଅବସରରେ ସେ କହିଛନ୍ତି, ଇଂରାଜୀ ଭାଷାରେ ଦିଆଯାଉଥିବା ଶିକ୍ଷାକୁ ବହୁ ଛାତ୍ରଛାତ୍ରୀ ବୁଝି ପାରୁ ନାହାନ୍ତି। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ୫୦ ହଜାର ବୈଷୟିକ ଶବ୍ଦର ଓଡ଼ିଆ ଭାଷାନ୍ତର ହୋଇଛି।
ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା ପଢ଼ିଲେ ସେମାନଙ୍କ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇପାରିବ। ଏହା ସେମାନଙ୍କ ପାଠପଢ଼ାକୁ ସୁଗମ କରିବ। ସେଥିନିମନ୍ତେ ଇ-କୁମ୍ଭ ଭାରତୀୟ ଭାଷା ପାଇଁ ଜ୍ଞାନର ଦ୍ୱାର ଉନ୍ମୁକ୍ତ କରିବ।
ମାତୃଭାଷାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଗଭୀର ଚିନ୍ତନ ଓ ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ। ଏହାଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନ ଦକ୍ଷତା ବୃଦ୍ଧି ପାଇବ।
ତୃଣମୂଳ ସ୍ତରରେ ମେଧାକୁ ବିକଶିତ କରିବାକୁ ଭାରତ ସରକାର ଖୁବ୍ ଗୁରୁତ୍ୱ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍ୱାଭାବିକ ଭାବେ ବିକଶିତ ହେବା ପାଇଁ ସୁଯୋଗ ଦେବା ତଥା ରାଷ୍ଟ୍ର ଗଠନରେ ଅବଦାନ ଦେବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଜାତୀୟ ଶିକ୍ଷା ନୀତି-୨୦୨୦ରେ ଭାରତୀୟ ଆଚାର ବିଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ଭାରତ ବର୍ଷର ରୂପାନ୍ତରଣରେ ଏହି ଶିକ୍ଷା ନୀତି ଖୁବ୍ ଗୁରୁତ୍ୱ ବହନ କରୁଛି। ସେବା, ସହାନୁଭୂତି ଆଦି ଏହି ଶିକ୍ଷାନୀତିର ମୂଳ ମନ୍ତ୍ର। ଭାରତୀୟ ଭାବେ ଗର୍ବ କରିବା ଓ ଭାରତର ବିବିଧ, ଉତ୍କୃଷ୍ଟ ଓ ପ୍ରାଚୀନ ସଂସ୍କୃତି ପ୍ରତି ଆସ୍ଥା ରଖିବା ଏହି ଶିକ୍ଷା ନୀତି ଅନ୍ତର୍ଭୁକ୍ତ।
ଏଥିସହ ସେ କହିଛନ୍ତି, ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟାରତ। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ଏଥିସହ ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ କୌଣସି ଅସୁବିଧା ହେବନି ବୋଲି ଦୃଢ ବିଶ୍ୱାସ ଥିବା କହିଛନ୍ତି ରାଷ୍ଟ୍ରପତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031