Indus Valley Times

ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ

 Breaking News

ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ

August 03
20:21 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୩/୮ : ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଓ ଆନୁଷଙ୍ଗିକ ବିଷୟରେ ପାଠ ପଢ଼ୁଥିବା ନିୟମିତ ଛାତ୍ରଛାତ୍ରୀଙ୍କୁ ଏଣିକି ପ୍ରତିମାସ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଉଚ୍ଚଶିକ୍ଷା, ଗବେଷଣା ଓ କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
କୃଷି ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରୟାସରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଏହା ଦ୍ୱାରା ଙଟଇଞରେ ଉଚ୍ଚଶିକ୍ଷା ନେଉଥିବା ମେଧାବୀ ଛାତ୍ରଛାତ୍ରୀମାନେ ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ଗବେଷଣା ଓ ଅଧ୍ୟୟନରେ ଅଧିକ ଧ୍ୟାନ ଦେଇପାରିବେ।
ନୂଆ ବ୍ୟବସ୍ଥା ଅନୁସାରେ, OUATରେ କୃଷି ଓ ଆନୁଷଙ୍ଗିକ ବିଷୟରେ ଅଧ୍ୟୟନ କରୁଥିବା ନିୟମିତ ପିଜି ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପର‌୍ୟ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ପିଏଚ୍‌ଡି ଗବେଷକମାନଙ୍କୁ ତିନି ବର୍ଷ ପର‌୍ୟ୍ୟନ୍ତ ପ୍ରତିମାସ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।
ସରକାରଙ୍କ କହିବା ଅନୁସାରେ, ଏହି ଆର୍ଥିକ ସହାୟତା କେବଳ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସହଜ କରିବ ନୁହେଁ, ବରଂ କୃଷି କ୍ଷେତ୍ରରେ ଗୁଣାତ୍ମକ ଗବେଷଣା, ନୂତନ ପ୍ରଯୁକ୍ତିର ବିକାଶ ଓ ଅଭିନବ ଚିନ୍ତାଧାରାକୁ ମଧ୍ୟ ପ୍ରୋତ୍ସାହନ ଦେବ। ଆର୍ଥିକ ସମସ୍ୟା କାରଣରୁ ଯେଉଁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ଦୂରେଇ ଯାଉଥିଲେ, ସେମାନଙ୍କ ପାଇଁ ଏହି ଯୋଜନା ବଡ଼ ସହାୟକ ହେବ ବୋଲି ଆଶା କରାଯାଉଛି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଯୁବ ଗବେଷକମାନଙ୍କ ଉପରେ ବିନିଯୋଗ କରିବା ଅର୍ଥ ହେଉଛି ଓଡ଼ିଶାର କୃଷକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା। ଆର୍ଥିକ ସହାୟତା ମିଳିଲେ ଛାତ୍ରଛାତ୍ରୀମାନେ ନିର୍ବିଘ୍ନରେ ଗବେଷଣା କରିପାରିବେ ଏବଂ କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନ ଆଣିପାରିବେ।
ଏହି ଯୋଜନା OUATରେ କୃଷି ଓ ଆନୁଷଙ୍ଗିକ ବିଷୟରେ ଅଧ୍ୟୟନ କରୁଥିବା ସମସ୍ତ ନିୟମିତ ପିଜି ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାର କୃଷି ଗବେଷଣାକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତରେ କୃଷି କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930