Indus Valley Times

ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କଲେ ଭାରତର ମନୁ ଭାକର, ଜିତିଲେ ପ୍ରଥମ ପଦକ

 Breaking News

ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କଲେ ଭାରତର ମନୁ ଭାକର, ଜିତିଲେ ପ୍ରଥମ ପଦକ

July 28
17:42 2024

ପ୍ୟାରିସ୍, ୨୮/୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି ।
ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି ।
ମନୁ ପ୍ରଥମ ପର୍ଯ୍ୟାୟରେ ସେ ୫୦.୪ ସ୍କୋର କରିଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ତାଙ୍କ ସ୍କୋର ୧୦୧.୭ରେ ପହଞ୍ଚିଥିଲା।
ମନୁ ଭାକର ୨୨ ଶଟ୍ ପରେ ୨୨୧.୭ ସ୍କୋର କରି ଫାଇନାଲ ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ଥିବା କିମ ୟେଜିଙ୍କ ଠାରୁ ମାତ୍ର ୦.୧ ଦୂରରେ ରହିଥିଲେ।
୧୦ ମିଟର ଏୟାର ପିସ୍ତର ଇଭେଣ୍ଟର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ହାସଲ କରିଛି । ୟେ ଜିନ ଓ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ କିମ ୟେଜି ରୌପ୍ୟ ଜିତିଛନ୍ତି ।
ପୂର୍ବରୁ ଅଭିନବ ବିନ୍ଦ୍ରା ଓ ଗଗନ ନାରଙ୍ଗ ଭାରତ ପକ୍ଷରୁ ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିଥିଲେ । କିନ୍ତୁ ମହିଳା ସୁଟିଂରେ ପଦକ ଜିତିବାରେ ମନୁ ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930