Indus Valley Times

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

 Breaking News

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

February 18
18:31 2026

ଭୁବନେଶ୍ବର,୧୮/୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି । ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ।
କହିରଖିଛୁକି, ଗତ ୨୦୨୩ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଜୟରାମ ଗତ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୦୦୯ରେ ସେ ବିଜେଡିରୁ କୋରାପୁଟ ଲୋକ ସଭାକୁ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଅବକାରୀ ମନ୍ତ୍ରୀ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ଭାଜପାରୁ କୋରାପୁଟ ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ। ବର୍ତ୍ତମାନ ସେ ପୁଣି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କହିରଖୁଛୁ କି, ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031