କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ; ହାତୀ ପିଠିରେ ବସି କଲେ ମଥୁରା ନଗରୀ ପରିକ୍ରମା
December 30
20:58
2025
ମଥୁରାନଗରୀ,୩୦/୧୨: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଧନୁଯାତ୍ରା ପଡ଼ିଆକୁ ଯାଇଥିଲେ।
ମୁଖ୍ୟମନ୍ତ୍ରୀ ଏକ ସୁସଜ୍ଜିତ ହାତୀ ପିଠିରେ ବସି ମଥୁରା ନଗରୀ ପରିକ୍ରମା କରିଥିଲେ। ହାତୀ ଉପରେ ବସି ମୁଖ୍ୟମନ୍ତ୍ରୀ ମହାରାଜା କଂସଙ୍କ ଦରବାରକୁ ଯାଇଥିଲେ, ଯାହା ସେଠାରେ ଉପସ୍ଥିତ ଦର୍ଶକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ସାଜିଥିଲା।
ସୂଚନାନୁସାରେ, ସନ୍ଧ୍ୟା ୬ଟାରୁ ୭ଟା ୨୫ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ରଙ୍ଗମହଲରେ ଉପସ୍ଥିତ ରହି ଧନୁଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିବେ। ରାତି ୮ଟାରେ ସେ ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚି ସେଠାରେ ରାତ୍ରି ରହଣୀ କରିବାର କାର୍ଯ୍ୟକ୍ରମ ରହିଛି।
ବୁଧବାର ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲା ସୋହେଲା ବ୍ଲକର ଘେଁସ ଠାରେ ଆୟୋଜିତ ‘ବୀରତା ଦିବସ’ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।






