Indus Valley Times

ବାର୍ଷିକ ବୈଠକ ତଥା ସ୍ମୃତି ଦିବସ ପାଳିତ

 Breaking News

ବାର୍ଷିକ ବୈଠକ ତଥା ସ୍ମୃତି ଦିବସ ପାଳିତ

December 16
15:34 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୧୨ : ବଲାଙ୍ଗିର ଜନକଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜ ଙ୍କ ଆବାହନ କ୍ରମେ,ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁ ଙ୍କର ଅଧ୍ୟକ୍ଷତା ରେ ଜିଲ୍ଲାର ସମସ୍ତ ବ୍ଲକ ର ଶିକ୍ଷକ ପ୍ରତିନିଧି ମାନଙ୍କର ଉପସ୍ଥିତି ରେ ତଥା ମଧୁ ସୁଦନ ନାୟକ ଙ୍କ ମଂଚ ପରିଚାଳନା ରେ ବାର୍ଷିକ ବୈଠକ ତଥା ସ୍ମୁତି ଦିବସ ପାଳିତ ହୋଇଯାଇଛି।
ଏହି ସଭାରେ,ଜିଲ୍ଲା ଶିକ୍ଷକ ମାନଙ୍କର ପଦୋନ୍ନତି,ବକେୟା ପାଉଣା, ଇଂକ୍ରିମେଣ୍ଟ ପାଇଁ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ ପାଇଁ ପ୍ରସ୍ତାବ ଆସିଥିଲା।ସଭାରେ ରସୁଲ ଖାଁ,
ସଂଯୁକ୍ତା ପାଣିଗ୍ରାହୀ,ରଘୁନାଥ ଷଡଙ୍ଗୀ,ସଞ୍ଜିତ ଦୋରା,ବସନ୍ତ ବୁଡେକ,ନରେନ୍ଦ୍ର କୁମାର,ସୌଭାଗ୍ୟ ବନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସର୍ବଶେଷରେ ସଭାପତି ସମସ୍ତଙ୍କର ନିଷ୍ପତ୍ତି କୁ କାର‌୍ୟ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ସଭା ସାଙ୍ଗ କରିଥିଲେ।
ସଭାରେ ସର୍ବ ପ୍ରଥମେ ସ୍ବର୍ଗତ ଗୌର ପ୍ରସାଦ ପୁରୋହିତ,ପୂର୍ବତନ ସଭାପତି ବଲାଂଗୀର ଜିଲ୍ଲା ଙ୍କର ଆଦର୍ଶ କୁ ବର୍ତମାନ ସମାଜ ରେ ପ୍ରେରଣା ସୃଷ୍ଟି କରିବା ପାଇଁ ହରେକୃଷ୍ଣ ରଥ,ଦୁର୍ଯ୍ୟୋଧନ ପସାୟତ,ଧ୍ରୁବ ଚରଣ ଚୋପାଦର,ଅନୁପମା ପ୍ରହରାଜ,ଶ୍ୟାମ ସୁନ୍ଦର ଦାସ,ମଧୁ ବାବୁ,ଶଶୀ ଭୂଷଣ ପଟେଲ,ଜୟଦେବ ବିଶି,ପ୍ରଶାନ୍ତ ପୁରୋହିତ,ମୀନ କେତନ ଡାଙ୍ଗ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031