Indus Valley Times

କଟକଣାରେ ହେବ ମାଘ ମେଳା : ଜନସାଧାରଣଙ୍କୁ ବୁଡ ପକାଇବା ମନା, ପହିଲି ସୂର୍ଯ୍ୟ ଦର୍ଶନରୁ ବାରଣ

 Breaking News

କଟକଣାରେ ହେବ ମାଘ ମେଳା : ଜନସାଧାରଣଙ୍କୁ ବୁଡ ପକାଇବା ମନା, ପହିଲି ସୂର୍ଯ୍ୟ ଦର୍ଶନରୁ ବାରଣ

January 28
16:10 2022

କୋଣାର୍କ,୨୮/୧: ଗତବର୍ଷ ଭଳି ଏବର୍ଷ ବି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଫେବ୍ରୁଆରି ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ନିମାପଡ଼ା ତହସିଲଦାର, ନିମାପଡ଼ା ବିଡିଓ , ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏକ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ, ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ। ଏଥିରେ ସେବାୟତ ଓ ଅଧିକାରୀ ଅଂଶଗ୍ରହଣ କରିବେ। କୋଭିଡ କଟକଣା ଭିତରେ ସର୍ବାଧିକ ୫୦୦ରୁ ୬ ଶହ ଲୋକଙ୍କୁ ଅନୁମତି ଦିଆଯିବ।
ତେବେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ତଥା ନୀତିକାନ୍ତି ଅନୁଷ୍ଠିତ ହେବ। ନୀତିକାନ୍ତି ସହ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ସାମ୍ବାଦିକଙ୍କୁ ପଡ଼ିଆ ଭିତରକୁ ପ୍ରବେଶ ଅନୁମତି ମିଳିବ।
ସୂଚନାଯୋଗ୍ୟ, ଚନ୍ଦ୍ରଭାଗାରେ ମାଘ ମେଳା ବୁଡ଼ ପକାଇବା ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବ ସହ ପହିଲି ସୂର‌୍ୟ୍ୟ ଦର୍ଶନ କରିଥା’ନ୍ତି। ଏଥିପାଇଁ ପୂର୍ବଦିନ ରାତିରୁ ଲୋକେ ଭିଡ଼ ଜମାନ୍ତି। ଜନସମାଗମରୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031