Indus Valley Times

କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଭର୍ତ୍ତୃହରି

 Breaking News

କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଭର୍ତ୍ତୃହରି

କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଭର୍ତ୍ତୃହରି
March 30
21:24 2024

କଟକ, ୩୦/୩ : ବିଜେପି ଆଜି ରାଜ୍ୟରେ ବାକିଥିବା ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଶ୍ରୀ ମହତାବ ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ଜାରି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ସଂରକ୍ଷିତ ଆସନରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା ବିଜେପିର ଲୋକସଭା ପ୍ରାର୍ଥୀ ହେବେ ।
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବରୁ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା ।
କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି କନ୍ଧମାଳରେ ଅଚ୍ୟୁତ ସାମନ୍ତ ଓ ଯାଜପୁରରେ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031